Categories: ବରଗଡ଼

ଫସଲକ୍ଷତି ସହାୟତା ଦାବି କଲେ ଚାଷୀ

ବରଗଡ଼ ଅଫିସ୍‌,୨୭।୫-ବରଗଡ଼ ଜିଲା ଭେଡ଼େନ ବ୍ଲକ ରୁଷୁଡ଼ା ପଞ୍ଚାୟତ ଅଧିନ ଧାତୁକପାଲି, ଘିଚାପାଲି, ହାଟଗାଁ, ରୁଷୁଡ଼ା, ଭୁତାପାଲି ଆଦି ଅଞ୍ଚଳରେ ଗତ କିଛିଦିନ ତଳେ ହୋଇଥିବା କାଳବୈଶାଖୀରେ ଧାନ ଫସଲ ନଷ୍ଟ ହୋଇଥିଲା । ଅଞ୍ଚଳର ଚାଷୀମାନେ ଏ ନେଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମାତ୍ର ବିଭାଗୀୟ ଅଧିକାରୀମାନେ ସେହି ଫସଲକ୍ଷତି ଉପରେ କିଭଳି ପଦକ୍ଷେପ ନେଇଛନ୍ତି ସେ ନେଇ ଚାଷୀମାନେ ଏପର୍ଯ୍ୟନ୍ତ ଅନ୍ଧାରରେ ରହିଛନ୍ତି । ଫଳରେ ଏ ଦିଗରେ ବିହିତ ପଦକ୍ଷେପ ନେବା ସହିତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଫସଲକ୍ଷତି ସହାୟତା ଯୋଗାଇ ଦେବା ପାଇଁ ଚାଷୀମାନେ ଦାବି କରିଛନ୍ତି । ଏହି ଦାବି ନେଇ ବୁଧବାର ଅସିତ୍‌ କୁମାର ବାବୁ, ସୁରେନ୍ଦ୍ର କର୍ମୀ, ସତ୍ୟ ଗୁରାଣ୍ଡି, ସୁରେନ୍ଦ୍ର ମିଶ୍ର ପ୍ରମୁଖ ବରଗଡ଼ ଜିଲାପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।