ଫସଲ ଉଜାଡୁଛି ହାତୀପଲ: କ୍ଷତିପୂରଣ ନ ମିଳିବାରୁ ଜିଲାପାଳଙ୍କୁ ଫେରାଦ

ଖୋର୍ଦ୍ଧା ଅଫିସ,୨୭ା୯: ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜର ଗୋଳବାଇଶାସନରେ ହାତୀପଲ ପ୍ରତିବର୍ଷ ଧାନ ଫସଲ ସମେତ ଅନ୍ୟ ଫସଲ ଖାଇବା ସହ ନଷ୍ଟ କରୁଛନ୍ତି। ହେଲେ କ୍ଷତିପୂରଣ ମିଳୁ ନ ଥିବା ଶୁକ୍ରବାର ଜିଲାପାଳଙ୍କ ନିକଟରେ ଚାଷୀମାନେ ଫେରାଦ ହୋଇଛନ୍ତି। ଚାଷୀଙ୍କ ଅଭିଯୋଗ ଅନୁସାରେ, ଗତବର୍ଷ କ୍ଷତିପୂରଣ ଫଟୋ ସହ ଟାଙ୍ଗୀ ବନବିଭାଗ ଓ ଖୋର୍ଦ୍ଧା ଡିଏଫଓଙ୍କୁ ଅବଗତ କରାଇଥିଲୁ। ହେଲେ ସୁଫଳ ମିଳିଲାନି। ଚଳିତବର୍ଷ ଗତ ସପ୍ତାହରେ ଓ ଗୁରୁବାର ପୁଣି ଏକ ୩ ଜଣିଆ ହାତୀ ପଲ ଥୋଡ ଧାନ ଖାଇବା ସହ ନଷ୍ଟ କରିଛନ୍ତି। ହେଲେ ପ୍ରମାଣ ସହ ଅଭିଯୋଗ କଲେ କ୍ଷତିପୂରଣ ମିଳୁ ନ ଥିବାରୁ ଚାଷୀମାନେ ହଟହଟା ହେଉଛନ୍ତି। ଏହାର ପ୍ରତିକାର କରିବାକୁ ଜିଲାପାଳଙ୍କୁ ନିବେଦନ କରିଛନ୍ତି।

Share