Categories: ଜାତୀୟ

ଫସଲ ବିକି ୫୦ ହଜାର ଟଙ୍କା ସାଇତି ରଖିଥିଲେ କୃଷକ, ମୂଷା ଟିକି ଟିକି କରିଦେଲା

ଚେନ୍ନାଇ,୨୨।୧୦: ତାମିଲନାଡୁର କୋଏମ୍ବାଟୁର ଜିଲାରେ ଏକ ଅଜବ ଘଟଣା ଘଟିଛି। ଫସଲ ବିକି ୫୦ ହଜାର ଟଙ୍କା ଜଣେ କୃଷକ ବାକ୍ସରେ ସାଇତି ରଖିଥିବାବେଳେ ତାକୁ ମୂଷା ଟିକି ଟିକି କରିଦେଇଛି। ସୂଚନାଯୋଗ୍ୟ, କୋଏମ୍ବାଟୁର ଜିଲାର ଭେଲିଂଗାଡୁ ଗ୍ରାମରେ ରହୁଥିବା ରଙ୍ଗରାଜ କ୍ଷେତରେ ଗହମ ଫସଲ କରିଥିଲେ। ଅମଳ ହେବା ପରେ ତାକୁ ବିକି ଉକ୍ତ ଟଙ୍କାକୁ ନିଜ ଝୁମ୍ପୁଡି ଘରେ ରଖିଥିଲେ। କୌଣସି କାମ ପାଇଁ ଟଙ୍କା ଆବଶ୍ୟକ ହେବାରୁ ସଞ୍ଚିତ ଅର୍ଥକୁ ଆଣିବାକୁ ସ୍ତ୍ରୀକୁ କହିଥିଲେ। ସ୍ତ୍ରୀ ବାକ୍ସ ଖୋଲିଲା ବେଳକୁ ଟଙ୍କା ଟିକି ଟିକି ହୋଇ ପଡିଥିବା ଦେଖି ତାଙ୍କ ହୋସ ଉଡିଯାଇଥିଲା। ମୂଷା କାଟିଥିବା ୫୦୦ ଏବଂ ୨୦୦୦ ଟଙ୍କିଆକୁ ନେଇ ସେ ବ୍ୟାଙ୍କ୍‌ ଯାଇଥିଲେ ମଧ୍ୟ ସେମାନେ ଏହା ଗ୍ରହଣ କରି ନ ଥିଲେ। ଆର୍ଥିକ ଅନଟନ ଦେଇ ଗତି କରୁଥିବା ଉକ୍ତ ପରିବାର ଏବେ ସହାୟତା ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି।

Share