Categories: ଜାତୀୟ

ଫସଲ ସୁରକ୍ଷା ପାଇଁ ଜମିରେ ସାଉଣ୍ଡ୍‌ ବକ୍ସ୍‌ ଲଗାଉଛନ୍ତି କର୍ନାଟକ ଚାଷୀ

ବେଙ୍ଗାଲୁରୁ,୧୯।୧୧: ଫସଲକୁ ବନ୍ୟପ୍ରାଣୀ ଏବଂ ଅନ୍ୟ ବୁଲା ପ୍ରାଣୀଙ୍କଠାରୁ ସୁରକ୍ଷିତ ରଖିବା ପାଇଁ ଚାଷୀମାନେ ନାନା ପ୍ରକାର ଉପାୟ ଗ୍ରହଣ କରିଥାନ୍ତି। ତେବେ ବହୁ ସମୟରେ ସେ ସବୁ ଅସଫଳ ରହିଥାଏ। ତେବେ କର୍ନାଟକର ସୋରାବା ଅଞ୍ଚଳ ଚାଷୀ କମ୍‌ ଖର୍ଚ୍ଚରେ ନିଜ ଫସଲକୁ ସହଜରେ ସୁରକ୍ଷା ଦେଇପାରୁଛନ୍ତି। ସେମାନେ ନିଜର ସ୍ବର ସହିତ କୁକୁରଙ୍କ ଭୁକିବା ଶବ୍ଦକୁ ରେକର୍ଡିଂ କରି ସାଉଣ୍ଡ ବକ୍ସ୍‌ ଦ୍ୱାରା ରାତିରେ ଚାଷ ଜମି ନିକଟରେ ବଜାଉଛନ୍ତି। ଏହାଦ୍ୱାରା ବନ୍ୟ ତଥା ବୁଲା ପ୍ରାଣୀ ଜମିରେ ପଶୁ ନାହାଁନ୍ତି। ଏଠାକାର ଚାଷୀଙ୍କ ଏଭଳି ନିଆରା ପ୍ରୟୋଗକୁ ଅନ୍ୟ ଅଞ୍ଚଳର ଚାଷୀମାନେ ଗ୍ରହଣ କରିବାକୁ ଇଛା ପ୍ରକାଶ କରୁଛନ୍ତି।

Share