Categories: ଜାତୀୟ

ଫସିଲେ କେଜରିଓ୍ବାଲ: ଟିକେଟ ନମ୍ବର ୪୫

ନୂଆଦିଲ୍ଲୀ,୨୧।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମଙ୍ଗଳବାର ନାମାଙ୍କନ ଦାଖଲ କରିବାକୁ ଜାମନଗର ହାଉସ ପହଞ୍ଚିବା ପରେ ଏବେ ଫସି ଯାଇଛନ୍ତି। କାହିଁକିନା ସେଠାରେ ତାଙ୍କୁ ଲମ୍ବା ଲାଇନରେ ଅପେକ୍ଷା କରିବାକୁ ପଡିଛି। ଟୁଇଟ୍‌ କରି ନିଜେ କେଜରିଓ୍ବାଲ ଏହା ଜଣାଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ନାମାଙ୍କନ ପତ୍ର ଦାଖଲ କରିବାକୁ ତାଙ୍କୁ ଅପେକ୍ଷା କରିବାକୁ ପଡିଛି। ଆଉ ତାଙ୍କ ଟିକେଟ ନମ୍ବର ରହିଛି ୪୫। ଗଣତନ୍ତ୍ରର ଏହି ପର୍ବରେ ଏତେ ସଂଖ୍ୟାରେ ଲୋକ ଭାଗ ନେଇଥିବାରୁ ସେ ଖୁସି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, କେଜରିଓ୍ବାଲ ନାମାଙ୍କନ ଦାଖଲ କରିବାକୁ ସିଧାସିଧା ରିଟର୍ଣ୍ଣିଂ ଅଫିସରଙ୍କ ପାଖକୁ ଯାଇଥିବା ବେଳେ ଏହାକୁ ନେଇ ବିରୋଧ କରାଯାଇଥିଲା। ଏହାପରେ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ଟିକେଟ୍‌ ନମ୍ବର ଅନୁଯାୟୀ ନାମାଙ୍କନ ଦାଖଲ କରାଯିବାକୁ ଥିବାରୁ ତାଙ୍କ ଟିକେଟ ନମ୍ବର ରହିଲା ୪୫।

Share