ଫସି ରହିଥିବା ପରିବାର ଶେଷରେ ଘରକୁ ଗଲେ

ସମ୍ବଲପୁର, ୭।୫ (ବ୍ୟୁରୋ): ଲକ୍‌ ଡାଉନ୍‌ ଯୋଗୁ ସମ୍ବଲପୁର ଫାଟକଠାରେ ଫସି ରହି ଯାଇଥିବା ବରଗଡ ଜିଲା ଭଟଲିର ଏକ ପରିବାର ଶେଷରେ ଘରକୁ ଫେରିଛନ୍ତି। ଗାଡ଼ିମୋଟର ଚଳାଚଳ ବନ୍ଦ ହୋଇ ଯାଇଥିବାରୁ ଭଟଲିର କିସୁନ ସାହାଣି (୭୦) ତାଙ୍କ ସ୍ତ୍ରୀ ଫୁଲଦେବୀ (୬୫, ନାତି ଦିଗାମ୍ବର (୫) ଓ ନାତୁଣୀ ସୀତାଦେବୀ (୨)ଙ୍କ ସହ ଏଠାରେ ଅଟକି ରହିଥିଲେ। ଗୁରୁବାର ସମ୍ବଲପୁର ସ୍ବଇଚ୍ଛା ଅନୁଷ୍ଠାନର ସଭ୍ୟ ଦିଲୀପ ପଣ୍ଡାଙ୍କ ସହଯୋଗରେ ଏମାନେ ଘରକୁ ଫେରିଛନ୍ତି।

Share