ଖଇରା, ୨୮ା୩(ଡି.ଏନ.ଏ.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଖଇରା ତଥା ବ୍ଲକର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ରାଶନ ସାମଗ୍ରୀ ଭଳି ଅତ୍ୟାବଶ୍ୟକ ଦୋକାନ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ା କେତେକ ବ୍ୟବସାୟୀ ଏହି ସୁଯୋଗର ଫାଇଦା ଉଠାଇ ଜିନିଷର କୃତ୍ରିମ ଅଭାବ ଦେଖାଇ ଦର ବୃଦ୍ଧି କରିଚାଲିଛନ୍ତି। ମଙ୍ଗଳବାର ଆଳୁ କିଲୋ ୧୭ଟଙ୍କା ଥିବା ବେଳେ ବୁଧବାର ୨୫ଟଙ୍କା, ପିଆଜ ଦର ୨୫ରୁ ୩୦ବୃଦ୍ଧି କରାଯାଇଛି। ପ୍ରତ୍ୟେକ ଦିନ ୪ରୁ ୫ଟଙ୍କା ବଢୁଥିବାରୁ ଗ୍ରାହକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବ୍ଲକ ଯୋଗାଣ ବିଭାଗ ଅଧିକାରୀ ନିରଞ୍ଜନ ସାହୁଙ୍କ ସହ ଯୋଗାଯୋଗ କରିବାରେ ସେ ବଜାରକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବେ ବୋଲି କହିଛନ୍ତି।