Advertisement

ଫାଇନାନ୍ସ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଆନନ୍ଦପୁର,୨୭।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ୨୦ ନଂ. ଜାତୀୟ ରାଜପଥ କଡ଼ରେ ଥିବା ନାହାଗୁଣା ଗ୍ରାମ ନିକଟରେ ସୋମବାର ଜଣେ ଘରୋଇ ଫାଇନାନ୍ସ କର୍ମଚାରୀଙ୍କୁ ଆକ୍ରମଣ କରି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଫାଇନାନ୍ସ କର୍ମଚାରୀ ହେଲେ ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳର ନିଶାକର ମଲ୍ଲିକ(୨୮)। ଗୁରୁତର ଅବସ୍ଥାରେ ନିଶାକରଙ୍କୁ ଆନନ୍ଦପୁର ଚିକିତ୍ସାଳରେ ଭର୍ତ୍ତି କରାଯାଇଛି। ସେ ସୋମବାର ସ୍ଥାନୀୟ ଅଞ୍ଚଳରେ ସ୍ବୟଂ ସହାୟକ ଗ୍ରୁପ ନିକଟରୁ ଆଦାୟ କରିଥିବା ପ୍ରାୟ ୧ ଲକ୍ଷ ୨୦ ହଜାର ଟଙ୍କା ଧରି ଫେରୁଥିବାବେଳେ ଦୁର୍ବୃତ୍ତମାନେ ପଲ୍‌ସରରେ ଆସି ତାଙ୍କୁ ଛୁରାମାଡ଼ କରି ଟଙ୍କା ଲୁଟି ନେଇଥିଲେ। ଖବରପାଇ ଘସିପୁରା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share