Advertisement

ଫାଇନାନ୍ସ କର୍ମଚାରୀଙ୍କୁ ଛୁରା ମାଡ଼ କରି ଲୁଟ୍‌ ଅଭିଯୋଗ

ଘସିପୁରା, ୨୮।୧(ଡି.ଏନ.ଏ.)-ଘସିପୁରା ଥାନା ଅନ୍ତର୍ଗତ ନାହାଗୁଣାରେ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ଛୁରା ମାଡ଼ କରି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଗୁରୁତର ଆହତ ଫାଇନାନ୍ସ କର୍ମଚାରୀ ନିଶାକର ମଲ୍ଲିକଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନିଶାକାର ଏକ ଘରୋଇ ଫାଇନାନ୍ସ କମ୍ପାନୀରେ କାମ କରନ୍ତି। ସେ ନାହାଗୁଣା ଅଞ୍ଚଳରେ କେତେକ ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଥିବା ଋଣ ଅର୍ଥ ଆଦାୟ ପାଇଁ ଯାଇଥିଲେ। ତେବେ ୨୦ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ପଲସର ଗାଡ଼ିରେ ୨ଜଣ ଦୁର୍ବୃତ୍ତ ଆସି ସେ ଧରିଥିବା ଟଙ୍କା ବ୍ୟାଗକୁ ଲୁଟି ନେଇଥିଲେ। ନିଶାକର ଏହି ଘଟଣାର ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଛୁରାମାଡ଼ କରିଥିଲେ। ସେ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଘସିପୁରା ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଲୁଟେରାଙ୍କ ଟେର ପାଇପାରିନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share