ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ୍‌ ଘଟଣା: ୨ ଅଟକ

ହାଟଡିହୀ, ୨୧।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ଥାନା ଅଞ୍ଚଳରେ ପ୍ରାୟ ୧ ମାସ ପୂର୍ବେ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ମାଡ଼ମାରି ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଥିଲା। ଉକ୍ତ ଘଟଣାରେ ନନ୍ଦିପଦା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରୁ ୨ ଜଣଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ଧରି ସୋସୋ ପୋଲିସକୁ ହସ୍ତାନ୍ତର କରିଛି। ଉଭୟଙ୍କୁ ଅଟକ ରଖି ପଚରା ଉଚରା ଚାଲିଥିବା ପୋଲିସ କହିଛି। ଏହି ଘଟଣାରେ ସମୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି।