Categories: ଖେଳ

ଫାଇନାଲରେ କାଶ୍ୟପ

କାଲଗାରି,୭।୭(ପି.ଟି.)- ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ପାରୁପଲ୍ଲୀ କାଶ୍ୟପ ଏଠାରେ ଚାଲିଥିବା କାନାଡା ଓପନ ୧୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି। ୬ଷ୍ଠ ସିଡ୍‌ ଭାରତୀୟ ଖେଳାଳି ପ୍ରଥମ ଗେମ୍‌ରେ ପରାସ୍ତ ହେବା ସତ୍ତ୍ୱେ ୪ର୍ଥ ସିଡ୍‌ ଚାଇନିଜ ତାଇପେର ଓ୍ବାଙ୍ଗ ଜୁ ଓ୍ବେଇଙ୍କୁ ହରାଇ ଦେଇଛନ୍ତି। କାଶ୍ୟପ ୧୪-୨୧, ୨୧-୧୭, ୨୧-୧୮ ଗେମ୍‌ରେ ମ୍ୟାଚ୍‌କୁ ହାତେଇଛନ୍ତି। ମ୍ୟାଚ୍‌ ଜିତିବା ପାଇଁ ତାଙ୍କୁ ଏକ ଘଣ୍ଟା ୧୦ ମିନିଟ୍‌ ଲାଗିଥିଲା। ଓ୍ବାଙ୍ଗଙ୍କ ବିପକ୍ଷରେ ୩୨ ବର୍ଷୀୟ କାଶ୍ୟପଙ୍କ ଏହା କ୍ରମାଗତ ୩ୟ ବିଜୟ। ଭାରତୀୟ ଖେଳାଳି ୭୫ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଟୁର୍ନାମେଣ୍ଟ ଫାଇନାଲରେ ଅଣସିଡ୍‌ ଲି ଶି ଫେଙ୍ଗଙ୍କୁ ଭେଟିବେ। ଦ୍ୱିତୀୟ ସେମିଫାଇନାଲରେ ଫେଙ୍ଗ ଜାପାନର କୋକି ଓ୍ବାଟାନାବେଙ୍କୁ ୨୦-୨୨, ୨୧-୧୦, ୨୧-୧୧ ବ୍ୟବଧାନରେ ପରାସ୍ତ କରିଥିଲେ। ଉଲ୍ଲେଖଥାଉ କି କାଶ୍ୟପ ଅନ୍ତିମ ଥର ଗତ ବର୍ଷ ଅଷ୍ଟ୍ରିଆନ ଇଣ୍ଟରନ୍ୟାଶନାଲ ଚ୍ୟାଲେଞ୍ଜ ଫାଇନାଲରେ ଖେଳିଥିଲେ।

Share