Categories: ଖେଳ

ଫାଇନାଲରେ ଝାଡ଼ଖଣ୍ଡ-ଅରୁଣାଚଳପ୍ରଦେଶ

କଟକ ଅଫିସ,୧୯ା୬- ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେଶେନ(ଏଆଇଏଫ୍‌ଏଫ) ଆନୁକୂଲ୍ୟରେ କଟକରେ ଚାଲିଥିବା ସବ୍‌ଜୁନିୟର ବାଳିକା ଜାତୀୟ ଫୁଟ୍‌ବଲ ଚାମ୍ପିୟନଶିପର ଫାଇନାଲ ଝାଡ଼ଖଣ୍ଡ ଓ ଅରୁଣାଚଳପ୍ରଦେଶ ମଧ୍ୟରେ ଅନୁଷ୍ଠିତ ହେବ। ଆସନ୍ତା ୨୦ରେ ଏହି ଦୁଇ ଦଳ ଫାଇନାଲରେ ସାମ୍ନାସାମ୍ନି ହେବେ। ମଙ୍ଗଳବାର ଦୁଇଟି ଯାକ ସେମିଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା। ପ୍ରଥମ ସେମିଫାଇନାଲରେ ଝାଡ଼ଖଣ୍ଡ ବିହାରକୁ ହରାଇ ଫାଇନାଲରେ ସ୍ଥାନ ସୁରକ୍ଷିତ କରିଥିଲା। ୩-୩ ଗୋଲରେ ନିର୍ଦ୍ଧାରିତ ସମୟର ମ୍ୟାଚ୍‌ ଡ୍ର ହେବା ପରେ ଟାଇବ୍ରେକର ପଦ୍ଧତିରେ ଝାଡ଼ଖଣ୍ଡ ୪-୩ ଗୋଲରେ ବିହାରକୁ ପରାସ୍ତ କରିଛି। ଦ୍ୱିତୀୟ ସେମିଫାଇନାଲରେ ଅରୁଣାଚଳ ପ୍ରଦେଶ ୪-୦ ଗୋଲରେ ଗୁଜରାଟକୁ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଛି ।

Share