Categories: ଖେଳ

ଫାଇନାଲରେ ପ୍ଲିସ୍କୋଭା-କର୍ବର

ଇଷ୍ଟବୋର୍ନ(ଇଂଲଣ୍ଡ),୨୯।୬(ଏଏଫ୍‌ପି)- ଏଠାରେ ଚାଲିଥିବା ଇଷ୍ଟବୋର୍ନ ଡବ୍ଲ୍ୟୁଟିଏ ଟେନିସ ଟୁର୍ନାମେଣ୍ଟ ଫାଇନାଲରେ ବିଶ୍ୱର ୩ୟ ର଼୍ୟାଙ୍କ ମହିଳା ସିଙ୍ଗଲ୍ସ ଖେଳାଳି କାରୋଲିନା ପ୍ଲିସ୍କୋଭା ଓ ଓ୍ବିମ୍ବେଲଡନ ଓପନ ଚାମ୍ପିୟନ ଆଞ୍ଜେଲିକ କର୍ବର ପରସ୍ପରକୁ ଭେଟିବେ। ଚେକ୍‌ ଗଣତନ୍ତ୍ରର ଖେଳାଳି ପ୍ଲିସ୍କୋଭା ୬-୧, ୬-୨ ସେଟ୍‌ରେ କିକି ବର୍ଟେନ୍ସଙ୍କୁ ହରାଇ ଦେଇଛନ୍ତି। ବିଜୟ ଲାଗି ପ୍ଲିସ୍କୋଭାଙ୍କୁ ୫୫ ମିନିଟ୍‌ ଲାଗିଥିଲା। ଅନ୍ୟପକ୍ଷରେ ଜର୍ମାନୀ ଖେଳାଳି କର୍ବର ବାଇ ପାଇ ଟାଇଟଲ ମୁକାବିଲାକୁ ଉନ୍ନୀତ ହୋଇଛନ୍ତି। ତାଙ୍କ ପ୍ରତିପକ୍ଷ ଖେଳାଳି ଓନ୍ସ ଜାବର ଆଣ୍ଠୁ ଜନିତ ସମସ୍ୟା କାରଣରୁ ସେମିଫାଇନାଲରୁ ଓହରିଯାଇଥିଲେ। ଅନ୍ତିମ ଥର କର୍ବର ୨୦୧୫ରେ ପ୍ଲିସ୍କୋଭାଙ୍କୁ ବର୍ମିଂହାମ ଓପନ ଫାଇନାଲରେ ପରାସ୍ତ କରିଥିଲେ।

Share