Categories: ଖେଳ

ଫାଇନାଲରେ ଲକ୍ଷ୍ୟ

ଲେଉଭେନ(ବେଲଜିୟମ),୧୪।୯(ପିଟି)- ଉଦୀୟମାନ ଭାରତୀୟ ଶଟଲର ଲକ୍ଷ୍ୟ ସେନ ଏଠାରେ ଚାଲିଥିବା ବେଲଜିୟମ ଅନ୍ତର୍ଜାତୀୟ ଚ୍ୟାଲେଞ୍ଜ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ୧୮ ବର୍ଷୀୟ ଲକ୍ଷ୍ୟ ଡେନମାର୍କର କିମ ବ୍ରୁନଙ୍କୁ ହରାଇ ଦେଇଛନ୍ତି। ଶୁକ୍ରବାର ରାତିରେ ଅନୁଷ୍ଠିତ ମ୍ୟାଚ୍‌କୁ ସେ ୨୧-୧୮, ୨୧-୧୧ ଗେମ୍‌ରେ ଜିତି ନେଇଥିଲେ। ସିଧାସଳଖ ବିଜୟ ପାଇଁ ତାଙ୍କୁ ୪୮ ମିନିଟ୍‌ ଲାଗିଥିଲା। ଏସିଆନ ଜୁନିୟର ଚାମ୍ପିୟନ ଲକ୍ଷ୍ୟ ଫାଇନାଲରେ ଦ୍ୱିତୀୟ ସିଡ୍‌ ଭିକ୍ଟର ସ୍ବେଣ୍ଡସେନଙ୍କୁ ଭେଟିବେ।

Share