Categories: ଖେଳ

ଫାଇନାଲରେ ହକି ଓଡ଼ିଶା

କଟକ ଅଫିସ,୨୨ା୫- ହକି ଇଣ୍ଡିଆ ଆନୁକୂଲ୍ୟରେ ଛତିଶଗଡ଼ର ରାୟପୁରଠାରେ ଚାଲିଥିବା ୯ମ ସବ୍‌ଜୁନିୟର ବାଳକ ଜାତୀୟ ଚାମ୍ପିୟନଶିପ-୨୦୧୯ (ଡିଭିଜନ-ଏ)ରେ ହକି ଓଡ଼ିଶା ଦଳ ଫାଇନାଲରେ ପ୍ରବେଶ କରିଛି। ବୁଧବାର ଉତ୍ତରପ୍ରଦେଶ ବିପକ୍ଷରେ ହକି ଓଡ଼ିଶା ଫାଇନାଲ ମ୍ୟାଚ୍‌ ଖେଳିବ। ମଙ୍ଗଳବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଓଡ଼ିଶା ୨-୧ ଗୋଲରେ ଦିଲ୍ଲୀ ସାଇ କେନ୍ଦ୍ରକୁ ହରାଇଥିଲା। ଓଡ଼ିଶା ପକ୍ଷରୁ ରୋଶନ କୁଜୁର ୧୬ତମ ମିନିଟରେ ଓ ଅଧିନାୟକ ଲାବନ ଲୁଗୁନ ୩୮ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଦିଲ୍ଲୀ ପକ୍ଷରୁ ଆକାଶ ଏକମାତ୍ର ଗୋଲ ଦେଇଛନ୍ତି।

Share