ଫାଇନାଲ୍‌ ହେଲା ବିବାହ ତାରିଖ, ୨୭ ଡିସେମ୍ବରରେ ହାତକୁ ଦୁଇ ହାତ ହେବେ ମୋନା !

ବମ୍ବେ: ହାତକୁ ଦୁଇ ହାତ ହେବେ ଟେଲି ଅଭିନେତ୍ରୀ ମୋନା ସିଂ। ଦକ୍ଷିଣ ଭାରତର ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କର ଶ୍ୟାମଙ୍କୁ ସେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ଏପରିକି ବିବାହର ଡେଟ୍‌ ଫାଇନାଲ ହୋଇଛି। ମୋନା ୨୭ ଡିସେମ୍ବରରେ ବିବାହ କରିବେ। ପୂର୍ବରୁ ଅର୍ଥାତ ୨୬ ଡିସେମ୍ବରରେ ପ୍ରି-ଓ୍ବେଡିଂ ସେରିମନି ରଖାଯାଇଛି। କାର୍ଯ୍ୟକ୍ରମରେ କେବଳ ଉଭୟଙ୍କ ପରିଜନ ତଥା ବନ୍ଧୁମାନେ ଯୋଗଦେବେ ବୋଲି କୁହାଯାଉଛି।

କିଛିଦିନ ତଳେ ନିଜ ବିବାହକୁ ନେଇ ମୁହଁ ଖୋଲିଥିଲେ ମୋନା। କେବେ ବି ସେ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ କଥା ହୁଅନ୍ତି ନାହିଁ। ଏହାକୁ ସେ ପସନ୍ଦ ମଧ୍ୟ କରନ୍ତି ନାହିଁ। ହେଲେ ଯେବେ ବିବାହ କରିବେ ସେ ସମସ୍ତଙ୍କୁ ଜଣାଇବେ ବୋଲି କହିଥିଲେ।
ବିଗତ ଦିନରେ ଅନେକ ନାୟକଙ୍କ ସହ ମୋନାଙ୍କ ନାମକୁ ଯୋଡ଼ା ଯାଇଥିଲା। ସେଥିରେ ଟେଲି ଅଭିନେତା କରନ ଓବରୟ, କମାଣ୍ଡୋ ଅଭିନେତା ବିଦ୍ୟୁତ ଜାମବାଲ ରହିଥିଲେ। ହେଲେ ସେମାନଙ୍କ ସହ ମୋନା ସମ୍ପର୍କ ଆଗକୁ ବଢ଼ିପାରି ନ ଥିଲା।

Share