ଫାଟିଲାଣି ଜୀରା ନଦୀ ବ୍ରିଜ୍‌

ଭେଡ଼େନ,୨୧।୪ (ଡ଼ି.ଏନ.ଏ.) ବରଗଡ଼ ଜିଲା ଭେଡ଼େନ ବ୍ଳକ ଅନ୍ତର୍ଗତ ଧୁବେନପାଲି ଓ ଜାଣ୍ଡୋଲ ମଝିରେ ଜୀରା ନଦୀରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମିତ ବିଜୁ ସେତୁରେ ଫାଟ ଦେଖା ଦେଇଛି। ୨୦୧୭ରେ ଏହି ବ୍ରିଜ ନିର୍ମାଣ ସମୟରେ କଂକ୍ରିଟ କରାଯାଉଥିବା ସମୟରେ ଭୁଷୁଡ଼ିପଡ଼ି ୭ ଜଣ ଶ୍ରମିକ ଆହତ ହୋଇଥିଲେ। ଏହାର ତଦନ୍ତ କରାଯାଇ ୨ ଜଣ ଯନ୍ତ୍ରୀଙ୍କୁ ନିଲମ୍ବନ କରାଯାଇଥିଲା। ପରେ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତରେ ବ୍ରିଜର ପୁନଃ ନିର୍ମାଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ଼ ଗସ୍ତ ସମୟରେ ଏହାକୁ ୨୦୧୯ରେ ମାର୍ଚ୍ଚରେ ଉଦ୍‌ଘାଟନ କରାଯାଇଥିଲା।

Share