Categories: ଜାତୀୟ

ଫାରୁକ୍‌-ଓମାରଙ୍କ ନଜରବନ୍ଦୀ ହଟାଇବା ପାଇଁ ହୋଇପାରେ ଡିଲ୍‌: ସକ୍ରିୟ ରାଜନୀତିରୁ ରହିବେ ଦୂରେଇ !

ଶ୍ରୀନଗର,୧୧।୧: ଜମ୍ମୁ-କଶ୍ମୀର ରାଜନୀତିରେ ପୁଣିଥରେ ଉଷ୍ଣତା ବୃଦ୍ଧି ପାଇଛି। କେନ୍ଦ୍ର ସରକାର ଇତିମଧ୍ୟରେ ୨୬ ଜଣ ରାଜନୈତିକ ବନ୍ଦୀଙ୍କ ଉପରୁ ପିଏସ୍‌ଏ ହଟାଇ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧ ଜଣ ଉତ୍ତର କଶ୍ମୀରର ଥିବାବେଳେ ୧୪ ଜଣ ଦକ୍ଷିଣ କଶ୍ମୀରର ବାସିନ୍ଦା। ଏହା ସହିତ କଶ୍ମୀର ବାର୍‌ ଆସୋସିଏସନ୍‌ର ପୂର୍ବତନ ଅଧ୍ୟକ୍ଷ ନଜିର ଅହମ୍ମଦ ରୋଙ୍ଗା ମଧ୍ୟ ସେମାନଙ୍କ ମଧ୍ୟରେ ରହିଛନ୍ତି। ତେବେ ନ୍ୟାସନାଲ୍‌ କନଫରେନ୍ସ୍‌ର ନେତା ଫାରୁକ୍‌ ଅବଦୁଲା ଏବଂ ଓମାର ଅବଦୁଲାଙ୍କ ଉପରୁ ନଜର ବନ୍ଦୀ ହଟାଇବା ପାଇଁ ସରକାରଙ୍କ ପକ୍ଷରୁ ଏକ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥି ପାଇଁ ରାଜନୈତିକ ଡିଲ୍‌ ହୋଇପାରେ ବୋଲି କୁହାଯାଉଛି। ଦୁଇ ନେତା କିଛି ଦିନ ସକ୍ରିୟ ରାଜନୀତିରୁ ଦୂରେଇ ରହିବା ପାଇଁ ସହମତି ପ୍ରକାଶ କଲେ ସେମାନଙ୍କ ଉପରୁ ନଜରବନ୍ଦୀ ହଟାଯିବା ଲାଗି ଯୋଜନା କରାଯାଉଛି। ଏଥି ପାଇଁ ଦୁଇ ନେତାଙ୍କୁ ହୁଏତ ବ୍ରିଟେନ୍‌ ପଠାଯାଇ ପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ପିଡ଼ିପି ନେତା ମେହବୁବା ମୁଫତିଙ୍କ ଉପରୁ ନଜରବନ୍ଦୀ ହଟାଇବା ଲାଗି ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇ ନ ଥିବା କୁହାଯାଉଛି।

Share