ଫାର୍ମାଶିଷ୍ଟଙ୍କ ଦ୍ୱାରା ଚାଲିଛି ଚିକିତ୍ସାଳୟ

ତେଲକୋଇ, ୧।୧(ଡି.ଏନ.ଏ.)-ତେଲକୋଇ ବ୍ଲକ ଅନ୍ତର୍ଗତ ସିରିଗିଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଚଳାବସ୍ଥା। ଜଣେ ଫାର୍ମାଶିଷ୍ଟଙ୍କ ଦ୍ୱାରା ଚାଲିଛି ସ୍ବାସ୍ଥ୍ୟ କେନ୍ଦ୍ର। ଦୀର୍ଘ ଦିନରୁ ଡାକ୍ତର ଅଭାବ ଯୋଗୁ ୫ଟି ପଞ୍ଚାୟତର ୪୮ଟି ଗ୍ରାମବାସୀ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହୋଇଛନ୍ତି। ବହୁ ଛାତ୍ରୀଛାତ୍ର ଏବଂ ର୍ଗା ଲୋକେ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରି ହଇରାଣ ହେଉଛନ୍ତି। ଅନ୍ୟପକ୍ଷରେ ସ୍ଥାନୀୟ ସରପଞ୍ଚ ଜିଙ୍ଗପାଟ ପିଙ୍ଗୁଆ ବିଭିନ୍ନ ସମୟରେ ଜିଲାପାଳଙ୍କ ଜନଶୁଣାଣିରେ ଡାକ୍ତର ନିଯୁକ୍ତି ଦାବି କରି ବିଫଳ ହୋଇଛନ୍ତି। ରାଜ୍ୟ ସରକାର ୫ଟି ଯୋଜନାରେ ସ୍ବାସ୍ଥ୍ୟସେବାକୁ ଅଗ୍ରାଧିକାର ଦେଇଥିବା ବେଳେ ଏହି ଆଦିବାସୀ ବହୁଳ ଅଞ୍ଚଳରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ସିରିଗିଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ଫାର୍ମାଶିଷ୍ଟଙ୍କୁ ପଚାରିବାରୁ ସେ କହିଲେ ଯେ ବର୍ତ୍ତମାନ ସୁଦ୍ଧା କୌଣସି ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ଏସମ୍ପର୍କରେ ସିଡିଏମଓ ଅଶୋକ ଦାସଙ୍କୁ ପଚାରିବାରୁ ୯୫ ଜଣ ଡାକ୍ତରଙ୍କ ଅଭାବ ଅଛି। ତେବେ ସ୍ବତନ୍ତ୍ର ଭାବେ ଜଣେ ଡାକ୍ତରଙ୍କୁ ଏକ ମାସ ମଧ୍ୟରେ ଦାୟିତ୍ୱ ଦିଆଯିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।