ଫାର୍ମ ହାଉସ୍‌ରେ ନିଆଁ ଲଗାଇଲେ ଦୁର୍ବୃତ୍ତ,ଶହେରୁ ଊର୍ଦ୍ଧ୍ୱ ଛେଳି ଜୀବନ୍ତ ଦଗ୍ଧ

ସଜନାଗଡ଼, ୨୧।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ଅନ୍ତର୍ଗତ ଏକ ଫାର୍ମ ହାଉସ୍‌ରେ ନିଆଁ ଲାଗି ଶହେରୁ ଊର୍ଦ୍ଧ୍ୱ ଛେଳି ଜୀବନ୍ତ ଦଗ୍ଧ ହୋଇଥିବାର ଦେଖିବାକୁ ମିଳିଛି। ଆକ୍ରୋଶମୂଳକ ଭାବେ କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ନୀଳଗିରି ଥାନାରେ ଅଭିଯୋଗ ହୋଇଛି।
ନୀଳଗିରି ଥାନା କାଣ୍ଡଗରଡ଼ି ପଞ୍ଚାୟତ ସିକିଡ଼ିଆ ଗ୍ରାମର ବେଣୁଧର ଗେଡ଼ିଙ୍କ ଛେଳି ଫାର୍ମ ହାଉସ୍‌ରେ ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ନିଆଁ ଲଗାଇଦେଇଥିଲେ। ଫଳରେ ସେଠାରେ ଥିବା ୧୦୦ରୁ ଊର୍ଦ୍ଧ୍ୱ ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି। ଏନେଇ ବେଣୁଧର ନୀଳଗିରି ଥାନାରେ ମଙ୍ଗଳବାର ଅଭିଯୋଗ କରିଛନ୍ତି। ନୀଳଗିରି ପୋଲିିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ସୂଚନା ଯେ, ବେଣୁଧର ବ୍ୟାଙ୍କ ଋଣ କରି ଏହି ଛେଳି ଫାର୍ମ ହାଉସ୍‌ କରିଥିଲେ। ମାତ୍ର ଏପରି ଅଘଟଣ ପରେ ସେ ସର୍ବସ୍ବାନ୍ତ ହୋଇପଡ଼ିଛନ୍ତି।