Categories: ଜାତୀୟ

ଫାଶୀ ପାଇଁ ପ୍ରସ୍ତୁତ ତିହାର ଜେଲ

ନୂଆଦିଲ୍ଲୀ,୩୧।୧: ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀଙ୍କୁ ରାତି ପାହିଲେ ଫାଶୀ ଦିଆଯିବା କଥା। ହେଲେ କେତେକ କାରଣ ପାଇଁ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ଗୋଟିଏ ପଟେ ଏହି ମାମଲାର ଅନ୍ୟତମ ଦୋଷୀ ପବନ ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଏକାସାଙ୍ଗେ ୪ ଦୋଷୀଙ୍କୁ ଫେବୃୟାରୀ ୧ରେ ଫାଶୀ ଦିଆଯିବ କି ନା ତାକୁ ନେଇ ଲାଗି ରହିଛି ଅନିଶ୍ଚିତତା। ଏହାରି ଭିତରେ କିନ୍ତୁ ତିହାର ଜେଲ ସମସ୍ତ ପ୍ରସ୍ତୁତି ଶେଷ କରିଥିବା ଜଣାପଡିଛି। ଗୁରୁବାରଠାରୁ ଜହ୍ଲାଦ ଆସି ତିହାର ଜେଲରେ ପହଞ୍ଚିଥିବା ବେଳେ ଶୁକ୍ରବାର ସେ ସେଠାରେ ଫାଶୀ ଦେବାର ଡମି କରିଥିବା କହିଛନ୍ତି ଜେଲ ଅଧିକାରୀ। ଏମିତିକି ଯଦିଓ ଫାଶୀ ତାରିଖ କୌଣସି କାରଣ ବଶତଃ ଘୁଞ୍ଚି ଯାଏ ତଥାପି ସବୁଦିନ ଜେଲରେ ଡମି ପ୍ରାକ୍ଟିସ କରାଯିବ ବୋଲି ଜଣାପଡିଛି।

Share