ଫାଶ, ବିଷ, ବାଟୁଳିରେ ଯାଉଛି ପକ୍ଷୀଙ୍କ ଜୀବନ

ମହାକାଳପଡ଼ା,୧୦।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ମହାକାଳପଡ଼ା ରେଞ୍ଜ ଅଧୀନ ଜଙ୍ଗଲ ମଧ୍ୟରେ ପକ୍ଷୀମାନେ ବସା ବାନ୍ଧିଛନ୍ତି। ହେଲେ କେତେଜଣ ଅଭ୍ୟାସଗତ ଶିକାରୀ ଲୁଚି ଛପି ଚଲା ଫାଶ (ବାଉଁଶ କାଠି, ପ୍ଲାଷ୍ଟିକ ସୂତାରେ) ଓ ଖାଦ୍ୟରେ ଫୁରାଡନ ବିଷ ଦେଇ ନିରୀହ ପକ୍ଷୀଙ୍କୁ ଶିକାର କରିବାକୁ ପଛାଉନାହାନ୍ତି। ଆଉ କେତେକ ସ୍ଥାନରେ ବାଟୁଳି ମାରି ଦେଶୀୟ ପକ୍ଷୀ ଶିକାର ଚାଲିଛି। ଏମାନଙ୍କ ଉପରେ ବନ ବିଭାଗ କଡ଼ା ନଜର ରଖିବା ସତ୍ତ୍ୱେ କେତେଜଣ ଶିକାରୀ ଲୁଛି ଛପି ଏଭଳି ଶିକାର କରୁଛନ୍ତି।
ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଜଙ୍ଗଲ ପାର୍ଶ୍ୱରେ ଚଲା ଫାଶ ବସାଇ ଶିକାରୀମାନେ ଦେଶୀୟ ପକ୍ଷୀ ଶିକାର କରିବା ଅଭିଯୋଗ ହେଉଛି। ଏହି ଶିକାରୀମାନେ ସା ସମୟରେ କିଛି ଖାଦ୍ୟ ପକାଇ ଦେଇ ଫାଶ ବସାଇଥାନ୍ତି। ସକାଳୁ ସକାଳୁ ପକ୍ଷୀମାନେ ଖାଦ୍ୟ ଦେଖି ଖାଇବା ସମୟରେ ଅଜାଣତରେ ଫାଶରେ ପଡ଼ନ୍ତି। ଆଉ କେତେଜଣ ଶିକାରୀ ଅନେକ ସମୟରେ ବିଷରେ ଖାଦ୍ୟ ଦେଇ ପକ୍ଷୀମାନଙ୍କୁ ଶିକାର କରିଥାନ୍ତି। ବନ ବିଭାଗର ନଜର ଯୋଗୁ ପୂର୍ବ ଅପେକ୍ଷା ଅଭ୍ୟାସଗତ ଶିକାରୀମାନେ ରଣନୀତି ପ୍ରସ୍ତୁତ କରି କର୍ମଚାରୀଙ୍କ ଅଗୋଚରରେ ପକ୍ଷୀ ଶିକାର କରିବାରେ ସଫଳ ହେଉଛନ୍ତି। ବିଶେଷ କରି ଗୋବରୀ ନଦୀକୂଳ ଓରୁଅପାଳ, ମହାନଦୀ ପାର୍ଶ୍ୱ ହେଟାମୁଣ୍ଡିଆ, କଂସାରଡିଆ, ଲଞ୍ଚଘୋଲା, କଜଳପାତିଆ, କଣ୍ଡରାପାଟିଆ, ଉତ୍ତର ସୁନିତି ଜଙ୍ଗଲ, ଜମ୍ବୁ ଝାଉଁବଣ, କଣ୍ଟିଲୋ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ଓ ତଣ୍ଡାକୂଳ ଆଦି ସ୍ଥାନରେ ପକ୍ଷୀମାନଙ୍କ ବସା ବାନ୍ଧିଥିବା ଦେଖିବାକୁ ମିଳୁଛି। ଜଣେ ଶିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଗେଣ୍ଡାଳିଆ, ବଗ, ସଲିରି, ଦାବେଣ୍ଟିଆ, ଅନ୍ଧାରୁଆ ବଗ ଓ ବିଭିନ୍ନ ପ୍ରକାରର ଛୋଟ ଛୋଟ ଜଙ୍ଗଲି ଜନ୍ତୁ ଶିକାର କରିଥାନ୍ତି। ପରିବେଶ ପ୍ରେମୀ ଗୌତମ ବେହେରା କହିଛନ୍ତି, ବନ୍ୟ ଜୀବଜନ୍ତୁ ଓ ପକ୍ଷୀମାନଙ୍କୁ ସୁରକ୍ଷା ପାଇଁ ବନ ବିଭାଗ ଆଇନରେ ସଙ୍ଗିନ ଦଫାର ସଂଶୋଧନ ହେବା ଜରୁରୀ। କାରଣ ଅନେକ ସମୟରେ ବନ୍ୟ ଜୀବଜନ୍ତୁ ଓ ପକ୍ଷୀ ଶିକାରୀଙ୍କୁ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିଲେ ମଧ୍ୟ କଛିଦିନ ମଧ୍ୟରେ ଜାମିନରେ ଆସିବାକୁ ସକ୍ଷମ ହେଉଛନ୍ତି। ଦେଶୀ ଓ ବିଦେଶୀ ପକ୍ଷୀମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ଯତ୍ନବାନ ହେବା ସହ ସ୍ଥାନୀୟ ଲୋକମାନେ ସଚେତନ ହୋଇ ବିଭାଗକୁ ସହଯୋଗ କଲେ ନିଶ୍ଚୟ ପକ୍ଷୀ ଓ ଜୀବଜନ୍ତୁଙ୍କ ଜୀବନ ରକ୍ଷା ପାଇ ପାରିବ। ଏ ସଂକ୍ରାନ୍ତରେ ମହାକାଳପଡ଼ା ରେଞ୍ଜ ଅଧିକାରୀ ନଳିନୀକାନ୍ତ ବେହେରାଙ୍କ ମତାମତ ନେବାରେ ବନ୍ୟ ଜୀବଜନ୍ତୁ ଓ ପକ୍ଷୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ଯତ୍ନବାନ ଅଛି। ଖବର ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ବାଲି ଚୋରାଚାଲଣ ବେଳେ ଧରପଗଡ: ୫ ଲକ୍ଷ ୩୦ ହଜାର ଟଙ୍କା ଫାଇନ ଆଦାୟ

ଭବାନୀପାଟଣା,୨୦।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ବିଭିନ୍ନ ତହସିଲରେ ବେଆଇନ ଭାବେ ବାଲି ଓ ପଥର ଚୋରାଚାଲାଣ ରୋକିବା ପାଇଁ ଜିଲା ମାଇନିଂ(ଖଣି) ବିଭାଗ ଅଣ୍ଟା...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଏହିମାନଙ୍କୁ ମିଳିବ ଘର, ଦୁଇ ଚକିଆ ଯାନ, ଫ୍ରିଜ୍‌ ଥିଲେ…

ଭୁବନେଶ୍ୱର,୨୦।୧: ରାଜ୍ୟରେ ୨୪ ତାରିଖରୁ ପ୍ରଧାନମନ୍ତୀ ଆବାସ ଆବାସ ସର୍ଭେ କାର୍ଯ୍ୟ ଆରମ୍ଭ ହେବ। ସର୍ଭେ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ସୂଚନା ଦେଇଛନ୍ତି।...

ଧନୁଯାତ୍ରାରୁ ନିଖୋଜ ଯୁବତୀଙ୍କୁ ବଳାତ୍କାର ମାମଲା: ଭାଜପା କହିଲା, ଫେରାର ମୁଖ୍ୟ ଅଭିଯୁକ୍ତ ବିଜେଡ଼ି ନେତାଙ୍କ…

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଥିବା ସମୟରେ ନିଖୋଜ ଯୁବତୀଙ୍କୁ ଅପହରଣ, ବଳତ୍କାର ଏବଂ ହତ୍ୟା ଉଦ୍ୟମ ମାମଲାକୁ ନେଇ ଚର୍ଚ୍ଚା ଥମିବାର ନାଁ...

ପ୍ରସ୍ତୁତ ହେଲା ପଠାଣି ସାମନ୍ତ ପ୍ଲାନେଟୋରିୟମ: ଜାନୁଆରି ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଦେଖିହେବ ଗ୍ରହପୁଞ୍ଜ

ଭୁବନେଶ୍ୱର,୨୦।୧: ଆମ ସୌର ଜଗତର ମଙ୍ଗଳ, ଶୁକ୍ର, ବୃହସ୍ପତି, ଶନି, ନେପଚୁନ୍ ଓ ୟୁରେନସ୍ ସମେତ ୬ଟି ଗ୍ରହଙ୍କୁ ନେଇ ବିରଳ ମହଜଗତିକ ଦୃଶ୍ୟ ଆସନ୍ତା...

ଖବର ପ୍ରକାଶିତ ପରେ ଜଙ୍ଗଲ ବିଭାଗର ତତ୍ପରତା, ଧରା ହେଲା ଗୋଠ ଛଡା ଭାଲୁ

କୋକସରା,୨୦।୧: (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦୀର୍ଘଦିନ ଧରି କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡ଼ଙ୍ଗା ପଞ୍ଚାୟତ ଶିଉନି ଗ୍ରାମ ଅଞ୍ଚଳରେ ଏକ ଗୋଠ ଛଡା ଭାଲୁ...

ସୀମାନ୍ତରେ ପୁଣି ଗୁଳି ବିନିମୟ: ୨ ମାଓବାଦୀ ନିହତ, ଜଣେ ଯବାନ ଆହତ

ନୂଆପଡ଼ା,୨୦ା୧(ମକାରୁ ବେମାଲ): କିଛିଦିନର ବ୍ୟବଧାନ ପରେ ଛତିଶଗଡ-ନୂଆପଡ଼ା ଜିଲା ସୀମାନ୍ତରେ ପୁଣି ମାଓବାଦୀ ଓ ଯୁବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୨ଜଣେ ମାଓବାଦୀ...

ଦୁର୍ଗମ ଅଞ୍ଚଳରେ କରୁଣ ଚିତ୍ର, ଇ – କେୱାଇସି ଅପଡେଟ୍‌ କରିବା ପାଇଁ ପାହାଡ଼ ଚଢୁଛନ୍ତି ଲୋକେ

ଥୁଆମୂଳ ରାମପୁର,୨୦।୧(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ଉପରେ ଯୋଜନା କରୁଥିଲେ ମଧ୍ୟ ଅପହଞ୍ଚ ଅଞ୍ଚଳରେ ନେଟୱର୍କ ସମସ୍ୟାର ସୁଧୁରି ପାରୁନାହିଁ...

ଉଦ୍‌ଘାଟିତ ହେଲା ଓରମୀ ମଣ୍ଡି, ପ୍ରଥମ ଦିନରେ ୧୫ ଚାଷୀଙ୍କ ଉଠିଲା ଧାନ

ନିରାକାରପୁର, ୨୦।୧(ମାନସ ଚନ୍ଦ୍ର ପଟ୍ଟନାୟକ): ଓରବରସିଂହ ପଞ୍ଚାୟତ ଅଧିନସ୍ଥ ଓରମୀ ସେବା ସମବାୟ ସମିତିରେ ସୋମବାର ଚାଷୀ କମିଟି ସଭାପତି ନରେନ୍ଦ୍ର କୁମାର ମଙ୍ଗରାଜଙ୍କ ଅଧ୍ୟକ୍ଷତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image