ଫାଷ୍ଟଫୁଡ ଷ୍ଟଲ୍‌ରେ ଚଢ଼ାଉ: ୨ କୁଇଣ୍ଟାଲ ଖାଦ୍ୟ ନଷ୍ଟ

କଟକ ଅଫିସ,୧୬।୧୧: କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ଶୁକ୍ରବାର ବାଲିଯାତ୍ରାର ତଳ ଓ ଉପର ପଡ଼ିଆରେ ଥିବା ବିଭିନ୍ନ ଖାଦ୍ୟ ଷ୍ଟଲରେ ଚଢ଼ାଉ କରାଯାଇଥିଲା। ସମସ୍ତ ଖାଦ୍ୟ ଷ୍ଟଲ୍‌ରେ ଯାଞ୍ଚ ସହ ଖାଦ୍ୟ ନମୁନା ଟେଷ୍ଟିଂ କରାଯାଇ ପ୍ରାୟ ୨ କୁଇଣ୍ଟାଲ ବାସୀ ଖାଦ୍ୟ ଫିଙ୍ଗାଯିବା ସହ ସମ୍ପୃକ୍ତ ବ୍ୟବସାୟୀଙ୍କ ଠାରୁ ୮ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ସିଏମସି ସ୍ବାସ୍ଥ୍ୟ ଅଧିକାରୀ ଡା. ଉମେଶ ଚନ୍ଦ୍ର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଡା. ପାଣିଗ୍ରାହୀଙ୍କ ନେତୃତ୍ୱରେ ଫୁଡ ଇନ୍ସପେକ୍ଟରମାନଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଏହି ଚଢ଼ାଉ କରିଥିଲା। ସେହିପରି ସିଏମ୍‌ସି ପକ୍ଷରୁ ପଲିଥିନ ନିୟନ୍ତ୍ରଣ ପାଇଁ ପଡ଼ିଆରେ ଥିବା ସମସ୍ତ ଷ୍ଟଲରେ ଚଢ଼ାଉ କରାଯାଇଥିଲା। ଚଢାଉ ବେଳେ ୨ ଜଣ ବ୍ୟବସାୟୀଙ୍କଠାରୁ ୩କେଜି ପଲିଥିନ ଜବତ କରାଯିବା ସହ ୪୦୦ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ପଲିଥିନ ନିୟନ୍ତ୍ରଣ ହୋଇଥିବାରୁ ଯାତ୍ରା ପଡ଼ିଆରେ ଆବର୍ଜନା ମଧ୍ୟ କମିଥିବା ସିଏମ୍‌ସି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ପ୍ରଭାକର ସାହୁ କହିଥିଲେ।

Share