Categories: ଜାତୀୟ

ଫାଷ୍ଟ-ଟ୍ରାକ୍‌ କୋର୍ଟରେ ହେବ ଶୁଣାଣି

ହାଇଦ୍ରାବାଦ,୨ା୧୨(ପି.ଟି.): ତେଲଙ୍ଗାନାର ୨୬ ବର୍ଷୀୟା ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଗଣବଳାତ୍କାର ଓ ହତ୍ୟା ମାମଲାର ବିଚାର ଫାଷ୍ଟ-ଟ୍ରାକ୍‌ କୋର୍ଟରେ ହେବ ବୋଲି ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) ରବିବାର କହିଛନ୍ତି। ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦାବିରେ ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲାବେଳେ ପ୍ରଥମ ଥର ଲାଗି କେସିଆର୍‌ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ଫାଷ୍ଟ-ଟ୍ରାକ୍‌ କୋର୍ଟରେ ଶୁଣାଣି କରାଯାଇ ତୁରନ୍ତ ନ୍ୟାୟ ପ୍ରଦାନ କରାଯିବ। ପୀଡ଼ିତାଙ୍କ ପରିବାରକୁ ସମସ୍ତ ଆବଶ୍ୟକ ସହାୟତା ଯୋଗାଇଦେବାକୁ ତାଙ୍କ ସରକାର ପ୍ରସ୍ତୁତ ବୋଲି କେସିଆର୍‌ ପ୍ରତିଶ୍ରୁତି ଦେଇଛନ୍ତି।

Share