Categories: ମେଟ୍ରୋ

ଫାସେଟ ପକ୍ଷରୁ ଆରମ୍ଭ ହେଲା କାର୍ଯ୍ୟକ୍ରମ ‘ନକ୍ସା’: ସ୍ବଳ୍ପ ଖର୍ଚ୍ଚରେ ହେବ ସୁନ୍ଦର ଘର

ଭୁବନେଶ୍ୱର, ୧୧।୮(ବ୍ୟୁରୋ): ସ୍ବଳ୍ପ ଖର୍ଚ୍ଚରେ ଘର ତିଆରି କରିବାକୁ ଚାହଁୁଥିବା ଲୋକେ ଯେପରି ସମସ୍ୟା ଅନୁଭବ ନ କରନ୍ତି ସେଥିପାଇଁ ଫାସେଟ୍‌ ସଂସ୍ଥା ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଶନିବାର ଏ ନେଇ ପୁରୁଣାଭୁବନେଶ୍ୱର ସ୍ଥିତ ଭଜନମଣ୍ଡପରେ ଏକ କାର୍ଯ୍ୟକ୍ରମ ‘ନକ୍ସା’ର ଆୟୋଜନ କରାଯାଇଛି। ଘର ତୋଲିବା ଲାଗି ଇଚ୍ଛୁକ ବ୍ୟକ୍ତିମାନେ ଏଥିରେ ଯୋଗ ଦେଇଛନ୍ତି।

ଉଲ୍ଲେଖଥାଉ କି, ସବୁ ଲୋକ ନିଜର ଘରକୁ ବେଶ୍‌ ସୁନ୍ଦର କରିବାକୁ ଚାହଁିଥାନ୍ତି। ହେଲେ ମାତ୍ରାଧିକ ଖର୍ଚ୍ଚ ହେତୁ ଅନେକେ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ଫାସେଟ୍‌ ସେମାନଙ୍କୁ ଅଳ୍ପ ଖର୍ଚ୍ଚରେ ସୁନ୍ଦର ଆକୃତିର ଘର ତିଆରି କରିବାର ନୂଆ ବାଟ ଦେଖାଇବ। ପ୍ରଥମ ପର୍ଯ୍ୟାୟରେ ଏକାମ୍ର ନିର୍ବାଚନମଣ୍ଡଳୀର ବାସିନ୍ଦାଙ୍କୁ କାର୍ଯ୍ୟକ୍ରମରେ ଉପସ୍ଥିତ ସ୍ଥାପତ୍ୟମାନେ ବିଭିନ୍ନ ଘର ତୋଳିବା ଯୋଜନା ଉପରେ ଗୁରୁତ୍ୱାରୋପ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ନିର୍ବାଚନମଣ୍ଡଳୀଗୁଡିକରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଏହି ଅବସରରେ ସୂଚନା ମିଳିଛି। ସୂଚନାଯୋଗ୍ୟ ଫାସେଟ ହେଉଛି ସିଇଟି କଲେଜ ପୁରାତନ ଛାତ୍ର ସଂସଦ।

Share