ଫିକା ପଡ଼ିଲା ଭୂଧାରଚଣ୍ଡୀଙ୍କ ପୀଠରେ ରଜ : ବିନା ଭକ୍ତରେ ଅନୁଷ୍ଠିତ ହେବ ନିଆଁପାଟ, ଉଡ଼ା ପର୍ବ

ସଜନାଗଡ଼, ୧୩।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବଜାରଠାରୁ ୫ କି.ମି. ଦୂର ସଜନାଗଡ଼ ଗ୍ରାମର ଆମ୍ରକୁଞ୍ଜ ମଧ୍ୟରେ ପ୍ରତିଷ୍ଠିତ ଦେବୀ ମା’ ଭୂଧାର ଚଣ୍ଡୀଙ୍କ ପୀଠରେ କାହିଁ କେଉଁ ଆବହମାନ କାଳରୁ ରଜ ସଂକ୍ରାନ୍ତିରେ ଉଡ଼ା ଯାତ୍ରା ପାଳିତ ହୋଇଆସୁଛି। ଏହି ଉଡ଼ା ପର୍ବ ଲାଗି ଜୁନ୍‌ ୯ତାରିଖରୁ ପ୍ରସ୍ତୁତି ଆରମ୍ଭ ହୋଇ ୧୪ତାରିଖରେ ନିଆଁପାଟ, ୧୫ତାରିଖ ରାତିରେ ଆରମ୍ଭ ହୋଇଥାଏ ଉଡ଼ା ପର୍ବ। ଏଥିରେ ନୀଳଗିରି ବ୍ଲକ ସମେତ ମୟୂରଭଞ୍ଜ ଜିଲାର ହଜାର ହଜାର ଭକ୍ତ ମା’ଙ୍କ ପୀଠପ୍ରାଙ୍ଗଣକୁ ବୁଲି ଆସିଥାନ୍ତି। କିନ୍ତୁ କରୋନା ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ଏହି ପାରମ୍ପରିକ ଉତ୍ସବ ସମ୍ପୂର୍ଣ୍ଣ ଫିକା ପଡ଼ିଛି। ଏତଦ୍‌ବ୍ୟତୀତ ଲକ୍‌ଡାଉନ୍‌ ଯୋଗୁ ଲୋକଙ୍କର ରୋଜଗାର ନାହଁି। ତେଣୁ ଇଚ୍ଛା ଥିଲେ ବି ଲୋକେ ଏଥର ରଜପର୍ବକୁ ପାଳନ କରିପାରୁନାହାନ୍ତି। ପ୍ରଶାସନ ପକ୍ଷରୁ ସଜନାଗଡ଼ ଉଡ଼ା କମିଟିକୁ ବିନା ଶ୍ରଦ୍ଧାଳୁରେ କେବଳ ରୀତିନୀତି ଅନୁଯାୟୀ ସାମାଜିକ ଦୂରତ୍ୱ ମଧ୍ୟରେ ପାଳନ କରିବାକୁ କୁହାଯାଇଛି। ତେଣୁ ବିନା ଶ୍ରଦ୍ଧାଳୁରେ ମା’ଙ୍କ ନୀତିକାନ୍ତି ହେବ।