Categories: ଫୁରସତ

ଫିଙ୍ଗର୍‌ ଟାଟୁ

ଟାଟୁ କ୍ରେଜ୍‌ ତ ପିଲାଠୁ ବୁଢ଼ା ସମସ୍ତଙ୍କଠାରେ ଦେଖିବାକୁ ମିଳୁଛି। କିଏ ହାତରେ ତ କିଏ ବେକରେ ଆଉ କିଏ ମୁହଁ ଅବା ଦେହର ବିଭିନ୍ନ ସ୍ଥାନରେ ଟାଟୁ କରାଇଥାଆନ୍ତି। ତେବେ ନିକଟରେ ଫିଙ୍ଗର ଟାଟୁର କ୍ରେଜ୍‌ ବେଶ୍‌ ଦେଖିବାକୁ ମିଳୁଛି। ବିଭିନ୍ନ ଜୀବଜନ୍ତୁ, ଫୁଲପତ୍ର ସହ ଅନେକ ସୃଜନଶୀଳ ଅବଷ୍ଟ୍ରାକ୍ଟ ଟାଟୁ ବି ଆଙ୍ଗୁଠିରେ କରାଯାଉଛି। କପଲ୍‌ମାନେ ତ ଫିଙ୍ଗର୍‌ ଟାଟୁକୁ ବେଶ୍‌ ପସନ୍ଦ କରୁଛନ୍ତି। କାରଣ ଏହି ଟାଟୁରେ ବିଭିନ୍ନ ଭେରାଇଟି ଉପଲବ୍ଧ ହେଉଛି। ସେଲିବ୍ରିଟି ବି ଫିଙ୍ଗର୍‌ ଟାଟୁ ମୋହରୁ ବର୍ତ୍ତି ପାରି ନାହାନ୍ତି। ବହୁ ହଲିଉଡ୍‌ ସେଲିବ୍ରିଟି ଏହାକୁ ଆପଣେଇ ସାରିଲେଣି।

Share