ଲି କ୍ୟସ୍ଲେଟ୍ (ଫ୍ରାନ୍ସ), ୨୨ା୬ (ପି.ଟି.): ଭାରତର ଭବିଷ୍ୟତ ଫର୍ମୁଲା-୧ ଡ୍ରାଇଭର ବୋଲି କୁହାଯାଉଥିବା ଜେହାନ ଦାରୁବାଲା ଏଫ୍ଆଇଏ ଫର୍ମୁଲା-୩ ଚାମ୍ପିୟନଶିପ୍ରେ ଦ୍ୱିତୀୟ ଥର ଟାଇଟଲ ବିଜୟୀ ହୋଇଛନ୍ତି। ମୁମ୍ବାଇର ଏହି ଡ୍ରାଇଭର ପ୍ରଥମ ଥର ଚାମ୍ପିୟନଶିପ୍ରେ ଫିଚର ରେସ୍ ଜିତିଛନ୍ତି। ଶନିବାର ସେ ଜେକ୍ ହ୍ୟୁଗ୍ସଙ୍କ ପଛକୁ ଗ୍ରୀଡ଼ର ଦ୍ୱିତୀୟ ସ୍ଥାନରୁ ରେସ୍ ଆରମ୍ଭ କରିଥିଲେ। ବର୍ତ୍ତମାନ ଫର୍ମୁଲା-୩ ହେଉଛି ଫର୍ମୁଲା-୧ର ଏସ ସପୋର୍ଟ ସିରିଜ। ଫ୍ରେଞ୍ଚ ଗ୍ରାଁପି ରବିବାର ହେବାର କାର୍ଯ୍ୟକ୍ରମ ରହିଛି। ପ୍ରେମା ରେସିଂଙ୍କୁ ପ୍ରତିନିଧିତ୍ୱ କରୁଥିବା ଦାରୁଓ୍ବାଲା ଗତ ମାସରେ ବାର୍ସିଲୋନାରେ ସ୍ପ୍ରିଣ୍ଟ୍ ରେସ୍ ଜିତିଥିଲେ। ଶନିବାର ରେସ୍ରେ ରବର୍ଟ ସ୍କ୍ବାର୍ଜମ୍ୟାନ ଦ୍ୱିତୀୟ ଏବଂ ପେଡ୍ରୋ ପିକ୍ୱେଟ ତୃତୀୟ ହୋଇଥିଲେ।