ମାଞ୍ଚେଷ୍ଟର,୧୧।୭(ପିଟି)- ଭାରତୀୟ ଦଳର ଫିଜିଓଥେରାପିଷ୍ଟ ପାଟ୍ରିକ ଫର୍ହାଟଙ୍କ କାର୍ଯ୍ୟକାଳ ବିଶ୍ୱକପ୍ ସେମିଫାଇନାଲ ପରାଜୟ ସହ ଶେଷ ହୋଇଛି। ଭାରତୀୟ ଦଳ ବୁଧବାର ଓଲ୍ଡ ଟ୍ରାଫୋର୍ଡଠାରେ ନ୍ୟୁଜିଲାଣ୍ଡଠାରୁ ହୃଦୟ ବିଦାରକ ପରାଜୟ ବରଣ କରିଛି। ଦଳ ସହ ଶେଷ ଦିନ ମୁଁ ଯେଉଁ ଭଳି ବିତାଇବାକୁ ଚାହୁଁଥିଲି, ତାହା ହେଲା ନାହିଁ। ଦଳ ସହ ୪ ବର୍ଷ କାର୍ଯ୍ୟ କରିବାକୁ ସୁଯୋଗ ଦେଇଥିବାରୁ ବିସିସିଆଇକୁ ଧନ୍ୟବାଦ୍ ଜଣାଉଛି। ଦଳର ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ଭବିଷ୍ୟତ ଲାଗି ଶୁଭ କାମନା ଟୁଇଟର ଜରିଆରେ ଜଣାଇଛନ୍ତି ଫର୍ହାଟ। ସେ ୨୦୧୫ ଠାରୁ ଦାୟିତ୍ୱରେ ଥିଲେ। ଭାରତୀୟ ଦଳର କିଛି ସଦସ୍ୟ ସୋସିଆଲ ମିଡିଆରେ ଅଷ୍ଟ୍ରେଲିଆନ ଫିଜିଓଙ୍କୁ ଧନ୍ୟବାଦ ଜଣାଇଛନ୍ତି।