ଫିଟ୍‌ନେସ୍‌ ଅନ୍ତରାଳେ..

‘ଭୈରବ’ ଚଳଚ୍ଚିତ୍ରରୁ ଓଡ଼ିଆ ସିନେମା କ୍ୟାରିୟର ଆରମ୍ଭ କରିଥିଲେ ଆହାନା। ତା’ପରେ ‘ବ୍ଲାକ୍‌ମେଲ୍‌’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ନିଜକୁ ଫିଟ୍‌ ରଖିବା ପଛରେ କି ରହସ୍ୟ ରହିଛି ସେ ବିଷୟରେ ଆହାନା କହନ୍ତି…

ଆଜିକାଲିର ବ୍ୟସ୍ତ ଜୀବନଶୈଳୀରେ ଆମକୁ ଫିଟ୍‌ନେସ୍‌ ପ୍ରତି ସତର୍କ ରହିବାକୁ ପଡୁଛି। ବିଶେଷଭାବରେ ସେଲିବ୍ରିଟିମାନେ ଏଥିପ୍ରତି ଅଧିକ ନଜର ଦେଇଥାଆନ୍ତି। ଆଉ ଏହି ତାଲିକାରୁ ନିଜକୁ ଓଡ଼ିଆ ସିନେମା ନାୟିକା ଦୌଡ଼ରେ ସାମିଲ କରିଥିବା ଆହାନା ବାଦ୍‌ ପଡ଼ନ୍ତେ କିପରି? କିପରି ଆରମ୍ଭ ହୁଏ ତାଙ୍କ ପ୍ରତିଦିନର ସକାଳ, ଲଞ୍ଚ୍‌ ହେଉ କି ଡିନର, ସେଥିରେ ସେ କ’ଣ ଖାଆନ୍ତି-ଏଭଳି ପ୍ରଶ୍ନର ଉତ୍ତରରେ ସେ କହନ୍ତି, ‘ସକାଳୁ ଉଠିବା ପରେ ମୁଁ ଅଧଘଣ୍ଟା ଜଗିଂ କରେ। ଯେହେତୁ ଏବେ ପାଠ ପଢ଼ା ଚାଲିଛି ତେଣୁ ସକାଳ ୮.୩୦ରେ କଲେଜ ଯିବାକୁ ପଡ଼େ। ଜଗିଂରୁ ଫେରିବା ପରେ ଜୁସ୍‌ ପିଏ। ତା’ପରେ ରୁଟି, ସନ୍ତୁଳା ଖାଏ। ଯେହେତୁ ଡାଏଟିଂ କରୁଛି ତେଣୁ ଭାତ ଆଦୌ ଖାଏନା। ଖରାବେଳେ ରୁଟି। ପ୍ରତିଦିନ ଡିନର ମୁଁ ସନ୍ଧ୍ୟାରୁ ହିଁ ଶେଷ କରିଦିଏ। ଆଉ ରାତିରେ କେବଳ ଏକ ଗ୍ଲାସ୍‌ ପାଣି। ବାସ୍‌, ଇଏ ହେଉଛି ମୋ ଡେଲି ରୁଟିନ୍‌। ଗତ କିଛିବର୍ଷ ଧରି ଏହାକୁ ମୁଁ ଫଲୋ କରୁଛି।’

Share