ଫିଟ୍‌ନେସ୍‌ ନ ଥିବାରୁ ସିଜ୍‌ ହେଲା ୨ଟି ବସ୍‌: ୫୧ ହଜାର ଫାଇନ୍‌

ଭୁବନେଶ୍ୱର, ୨।୩(ବ୍ୟୁରୋ): ଦୁଇ ଦୁଇ ଥର ମହଲତ ମିଳିବା ସତ୍ତ୍ୱେ ସୁଧୁରୁ ନାହାନ୍ତି ବେପରୁଆ ଗାଡ଼ି ଚାଳକ। ରବିବାର ଟ୍ବିନ୍‌ ସିଟିରରୁ ସାଢ଼େ ୬ ଲକ୍ଷ ଫାଇନ ଆଦାୟ କରାଯାଇଥିବା ବେଳେ ସୋମବାର ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନର ୨ଟି ବସ୍‌କୁ ପରିବହନ ବିଭାଗ ସିଜ୍‌ କରିଛି। ଫିଟ୍‌ନେସ୍‌ ନ ଥାଇ ରାସ୍ତାରେ ଗଡ଼ିବା ଅଭିଯୋଗରେ ଉଭୟ ବସ୍‌କୁ ସିଜ୍‌ କରିଛି ବିଭାଗ। ଏଥିସହ ଉଭୟ ବସ୍‌ର ରେଜିଷ୍ଟ୍ରେସନ ଏବଂ ପଲ୍ୟୁସନ ସାର୍ଟିଫିକେଟ ମଧ୍ୟ ବୈଧ ନ ଥିବାରୁ ଯାଞ୍ଚରୁ ଜଣାପଡ଼ିଛି। ଫଳରେ ଏହି ୨ଟି ବସ୍‌କୁ ମୋଟ ୨୫ ହଜାର ୫ଶହ ଟଙ୍କା ଲେଖାଏ ୫୧ ହଜାର ଜରିମାନା କରାଯାଇଛି।

Share