ଫିଟ୍‌ନେସ୍‌ ପାଇଁ ଏବେ ପୋଲ୍‌ ଡ୍ୟାନ୍ସ ଶିଖୁଛନ୍ତି ଅକ୍ଷୟ

ଖୀଲାଡି କିଙ୍ଗ୍‌ ଅକ୍ଷୟ କୁମାର ନିଜ ଫିଟ୍‌ନେସ୍‌କୁ ନେଇ ସବୁବେଳେ ସଚେତନ। ସୁସ୍ଥ ରହିବା ପାଇଁ ସର୍ବଦା ସେ ନୂଆ ନୂଆ ଶୈଳୀ ଆପଣାଇ ଥାନ୍ତି। କେତେବେଳେ କିକ୍‌, ବକ୍ସିଂ, ମାର୍ସଲ ଆର୍ଟସ୍‌ ଶିଖନ୍ତି ତ ଆଉ କେତେବେଳେ ସେ ଭଲିବଲ୍‌, ସାଇକେଲିଂ ସୁଇମିଙ୍ଗ୍‌ କରୁଥିବାର ଦେଖିବାକୁ ମିଳିଥାଏ । ଓ୍ବାର୍କଆଉଟ୍‌ ସମୟର ଅନେକ ଫଟୋ ଅକ୍ଷୟ ନିଜ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ଏବେ ସେ ଫିଟ୍‌ ରହିବା ପାଇଁ ପୋଲ୍‌ ଡ୍ୟାନ୍ସ ଶିଖୁଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି, ମୁଁ ପୋଲ୍‌ ଡ୍ୟାନ୍ସ ଶିଖୁଛି। ଏହାକୁ ମୁଁ ବହୁତ ଉପଭୋଗ ମଧ୍ୟ କରୁଛି। ୨୦୧୧ରେ ଅକ୍ଷୟଙ୍କୁ ଫିଲ୍ମ ‘ଦେସି ବଏଜ୍‌’ର ଏକ ଗୀତ ‘ସୁବହ ହୋନେ ନ ଦେ’ରେ ପୋଲ୍‌ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଥିଲା।

Share