Categories: ଖେଳ

‘ଫିଟ୍‌ ରହିଲେ ବିଶ୍ୱକପ୍‌ର ସମସ୍ତ ମ୍ୟାଚ୍‌ ଖେଳିବି’

ଲଣ୍ଡନ,୧୬ା୬(ପିଟି): ଅଷ୍ଟ୍ରେଲିଆ ଦଳ ଚଳିତ ବିଶ୍ୱକପ୍‌ରେ ୫ ମ୍ୟାଚ୍‌ରୁ ୪ ବିଜୟ ସହ ସର୍ବାଧିକ ୮ ପଏଣ୍ଟ ଅର୍ଜନ କରି ଶୀର୍ଷରେ ରହିଛି। ଏଭଳି ସ୍ଥିତିରେ ଡିଫେଣ୍ଡିଂ ଚାମ୍ପିୟନ ତା’ର ମୁଖ୍ୟ ପେସରଙ୍କୁ ବିଶ୍ରାମ ଦେବାକୁ ଯୋଜନା କରୁଛି। କିନ୍ତୁ ଏହି ବୋଲର ବିଶ୍ରାମ ନେବାକୁ ଇଚ୍ଛୁକ ନ ଥିବା ସ୍ପଷ୍ଟ କରିଛନ୍ତି। ଷ୍ଟାର୍କ ଏବେ ବିଶ୍ୱକପରେ ସର୍ବାଧିକ ଉଇକେଟ ଅକ୍ତିଆର କରିଥିବା ପୂର୍ବତନ ଅଷ୍ଟ୍ରେଲିଆନ ବୋଲର ବ୍ରେଟ ଲିଙ୍କ ସହ ମିଳିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଯଦି ମୁଁ ଫିଟ୍‌ ରୁହେ, ତେବେ ବିଶ୍ୱକପ୍‌ର ସମସ୍ତ ମ୍ୟାଚ୍‌ ଖେଳିବି। କିନ୍ତୁ ଏହା ମୋ ଉପରେ ନିର୍ଭର କରୁନାହିଁ। ବିଶ୍ୱକପ୍‌ ଭଳି ଇଭେଣ୍ଟରେ ମୁଁ ବିଶ୍ରାମ ନେବାକୁ ଚାହୁଁ ନାହିଁ ବୋଲି ସେ କହିଛନ୍ତି। ଏଠାରେ ଶ୍ରୀଲଙ୍କା ବିପକ୍ଷରେ ମିଳିଥିବା ୮୭ ରନ୍‌ର ବିଜୟରେ ଷ୍ଟାର୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ସେ ୫୫ ରନ୍‌ ବ୍ୟୟରେ ୪ ଉଇକେଟ ଦଖଲ କରିଥିଲେ। ଡେଥ ଓଭରରେ ବୋଲିଂ କରିବା ସମସ୍ତ ବୋଲରଙ୍କ ପାଇଁ ଚ୍ୟାଲେଞ୍ଜିଂ। ନିଜ ଦଳକୁ ଜିତାଇବା ଓ ବିଶ୍ୱକପ୍‌ ଡିଫେଣ୍ଡ କରିବା ବହୁତ କିଛି ଚେଷ୍ଟା କରିବାକୁ ପଡ଼େ। ମୋର ଇକୋନମି ଅନ୍ୟ ବୋଲରଙ୍କଠାରୁ ଅଧିକ ହୋଇପାରେ କିନ୍ତୁ ଦଳକୁ ବ୍ରେକ୍‌ଥ୍ରୁ ଆବଶ୍ୟକ ହେଲେ ମୋତେ ଡକରା ପଡ଼େ ବୋଲି ବାମହାତୀ ପେସର କହିଛନ୍ତି।

Share