ଫିଦିନିଅଁ। ରାସ୍‌ତା ଦାବି କଲେ ପରୁଆପଡ଼ାବାସୀ

ଲୋଇସିଂହା,୯।୭(ଡି.ଏନ.ଏ.):
ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କନ୍ଦାଜୁରୀ ପଁଚେତ୍‌ ଅଧୀନ ପରୁଆପଡ଼ାକେ ଫିଦିନିଅଁ। ରାସ୍‌ତା ଖଁଡ଼େ ନଁ। ଇଁନ। ବରଷା ଦିନେ ପଡ଼ାବାସୀ ଯିବାର ଆଏବାର ଲାଗି ଭେବାର କରୁଥିବାର ଚାଲତି ରାସ୍‌ତାଟା କାଦୋ ସରସର ହେଇଯାଉଛେ। ଯେନ୍‌ଥିରଲାଗି ପଡ଼ାର ଛାତ୍ରୀଛାତ୍ର ଆର ପଡ଼ାବାସୀ ଯିବା ଆଏବାରେ ବଡ଼ଭାରି ସମସିଆର ସାମନା କରୁଛନ୍‌। ପଡ଼ାବାସୀ ଥାୟୀ ରାସ୍‌ତା ଖଁଡ଼େର ଲାଗି ପଁଚେତ୍‌ରୁ ବ୍ଲକ ପରଶାସନ ତକ୍‌ ଗୁହାରି କରି ନିରାଶ ହେଇଛନ୍‌।
ସୂଚନା ହିସାବେ, କନ୍ଦାଜୁରୀ ପଁଚେତ୍‌ ଫଟାମୁଣ୍ଡା ଗଁାର କେତେ ପରିବାର ବହୁତ ବଛର ହେଲା ପରୁଆପଡ଼ାରେ ଘରଦୁଆର କରି ରହିଆସୁଛନ୍‌। ଫଟାମୁଣ୍ଡାରୁ ପରୁଆପଡ଼ା ଚାଷଜମି ରାସ୍‌ତାରେ ପାଖାପାଖି ୧ କି.ମି.। କନ୍ଦାଜୁରୀ-କୁଶଙ୍ଗ ରାସ୍‌ତା ପାଖାପାଖି ଦେଢ଼ କି.ମି. ଦୂରିଆ। ଚାଷବାସ ସୁବିଧା ଦୁରୁଷ୍‌ଟିରୁ ୮ଟା ପରିବାର ବହୁତ ବଛର ହେଲା ସେଠାନେ ରହିଆସୁଛନ୍‌। ଇ ପଡ଼ାର କେତେ ପିଲା ଫଟାମୁଣ୍ଡା ପ୍ରାଥମିକ ଆର କନ୍ଦାଜୁରୀ ହାଇସ୍କୁଲରେ ପାଠ୍‌ ପଢ଼ୁଛନ୍‌। ହେଲେ ବରଷା ଦିନେ କାଦୋ ରାସ୍‌ତାରେ ଛାତ୍ରୀଛାତ୍ର ସ୍କୁଲ ଯିବାର ସମ୍‌ଭବ ନାଇଁ ହେବାର। ଏନ୍‌ତା କି କେହେନ୍‌ସି ରୁଗୀକେ ଡାକ୍‌ତରଖାନା ନେବା ଆନବାରେ ହେଉ କି ପଁଚେତ୍‌ରୁ ପିଡିଏସ୍‌ ସାମାନ ଆନ୍‌ଲା ବେଲେ ବଡ଼ଭାରି ସମସିଆର ସାମନା କରୁଛନ୍‌। ପଡ଼ାକେ ମୁରୁମ ରାସ୍‌ତା ଖଁଡ଼େ ଦାବିରେ ଥାନୀୟ ସରପଁଚ୍‌ ଆର ବିଡିଓକୁଁ ବାରବାର ଗୁହାରି କରି ନିରାଶ ହେଇଥିବାର ସୁଦାମ ପରୁଆ କହିଛନ୍‌। ଇ ଦିଗେ ଜିଲା ପରଶାସନ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ପଡ଼ାବାସୀ ଦାବି କରିଛନ୍‌।

Share