Categories: ବାଣିଜ୍ୟ

ଫିନୋଲେକ୍ସ ପକ୍ଷରୁ ଫନୀ ସହାୟତା

ଭୁବନେଶ୍ୱର,୪-୬: ଭାରତର ସର୍ବବୃହତ୍‌ ପିଭିସି ପାଇପ୍ସ ଏବଂ ଫିଟିଂ ନିର୍ମାଣକାରୀ କମ୍ପାନୀ ଫିନୋଲେକ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ ପକ୍ଷରୁ ଫନୀ ପ୍ରଭାବିତଙ୍କ ଲାଗି ସହାୟତା ଯୋଗାଇ ଦିଆଯାଇଛି। କମ୍ପାନୀ ଏହାର ସିଏସ୍‌ଆର୍‌ ପାର୍ଟନର ମୁକୁଲ ମାଧବ ଫାଉଣ୍ଡେଶନ ସହ ମିଳିତ ଫନୀ ପ୍ରଭାବିତ ଲୋକଙ୍କ ସହାୟତା ଲାଗି ଆଗେଇ ଆସିଛି। ଏହା ରିଲିଫ୍‌ ଏବଂ ପୁନରୁଦ୍ଧାର କାର୍ଯ୍ୟରେ ନିଜର ଯୋଗଦାନ ରଖିଛି। କମ୍ପାନୀ ୧୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ପାନୀୟ ଜଳ ଏବଂ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଛି। ସେହିଭଳି କମ୍ପାନୀ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ଓଆର୍‌ଏସ୍‌, ଟି-ଶାର୍ଟ, ଟ୍ରାକ୍‌ ପ୍ୟାଣ୍ଟ, ଯୁବକଙ୍କ ଲାଗି ଡ୍ରେସ, ମହିଳାଙ୍କ ଲାଗି ଶାଢି ଏବଂ ଝିଅଙ୍କ ଲାଗି ସାଲଓ୍ବାର କମିଜ ପ୍ରଦାନ କରାଯାଇଥିଲା। ପୁରୀ,ଖୋର୍ଦ୍ଧା ଏବଂ କଟକର ବିଭିନ୍ନ ସ୍ଥାନରେ ମେ ୧୩ ରୁ ୩୦ ଯାଏ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା। ଏଭଳି ସ୍ଥିତିରେ ପ୍ରଭାବିତ ଲୋକଙ୍କୁ ସହାୟତା ଲାଗି ଆଗେଇ ଆସିବାକୁ କମ୍ପାନୀ ପକ୍ଷରୁ ନିଷ୍ପତ୍ତି ହୋଇଥିବା ମୁକୁଲ ମାଧବ ଫାଉଣ୍ଡେଶନର ପରିଚାଳନା ଟ୍ରଷ୍ଟି ରିତୁ ପ୍ରକାଶ ଛାବ୍ରିଆ କହିଛନ୍ତି।

Share