Categories: ଖେଳ

ଫିଫା ମହିଳା ବିଶ୍ୱକପ୍‌:ଫ୍ରାନ୍ସ ବିଜୟ ଅଭିଯାନ

ପ୍ୟାରିସ, ୮ା୬- ଫିଫା ମହିଳା ବିଶ୍ୱକପ୍‌ ଆରମ୍ଭ ହୋଇଯାଇଛି। ଆୟୋଜକ ଫ୍ରାନ୍ସ ସମ୍ପୂର୍ଣ୍ଣ ଷ୍ଟାଇଲରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଦଳ ୪-୦ ଗୋଲରେ ଦକ୍ଷିଣ କୋରିଆକୁ ହରାଇ ଦେଇଛି। ବିଜୟୀ ଦଳ ପାଇଁ ଓ୍ବେଣ୍ଡି ରେନାର୍ଡ ଡବଲ ଗୋଲ ଦେଇଥିଲେ। ୟୁଜନି ଲେ ସୋମମେର ଓ ଆଣ୍ଡିଲେ ହେନ୍‌ରୀ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ପାର୍କ ଡେସ ପ୍ରିନ୍ସସେ ଷ୍ଟାଡିୟମ୍‌ରେ ୪୫,୨୬୧ ଦର୍ଶକ ମ୍ୟାଚ୍‌ ଉପଭୋଗ କରିଥିଲେ। ଏହା ମହିଳା ବିଶ୍ୱକପ୍‌ର ଯେ କୌଣସି ସଂସ୍କରଣର ଉଦ୍‌ଘାଟନୀ ମ୍ୟାଚ୍‌ ଉପଭୋଗ କରିଥିବା ସର୍ବାଧିକ ସଂଖ୍ୟକ ଦର୍ଶକ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାର୍କନ ଓ ତାଙ୍କ ପତ୍ନୀ ବ୍ରିଗିଟଙ୍କ ସହ ଫିଫା ମୁଖ୍ୟ ଗିଆନି ଇନଫାଣ୍ଟିନୋ ମଧ୍ୟ ଷ୍ଟାଡିୟମ୍‌ରେ ଉପସ୍ଥିତ ଥିଲେ।

Share