Categories: ଜାତୀୟ

ଫିରୋଜାବାଦ୍‌ରୁ ଦିଲ୍ଲୀ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ: ବାପ-ପୁଅ ଗିରଫ; ୧୨୫୦ ଜୀବନ୍ତ ଗୁଳି ଜବତ

ନୂଆଦିଲ୍ଲୀ,୮।୭: ଦିଲ୍ଲୀ ପୋଲିସ ଏକ ଚୋରା ଅସ୍ତ୍ରଶସ୍ତ୍ର କାରବାରର ପର୍ଦ୍ଦାଫାଶ୍‌ କରିଛି। ଫିରୋଜାବାଦ୍‌ରୁ ଦିଲ୍ଲୀ ଚାଲାଣ ହେଉଥିବା ଅସ୍ତ୍ରଶସ୍ତ୍ରକୁ ପୋଲିସ ଜବତ କରିଛି। ଏକ କାରରେ ଏହି ଅସ୍ତ୍ରଶସ୍ତ୍ର ଚାଲାଣ ହେଉଥିବା ପୋଲିସ କହିଛି। ସେଥିମଧ୍ୟରେ ୧୨୫୦ଟି ଜୀବନ୍ତ ଗୁଳି ରହିଛି। ବାପ ପ୍ରବୀଣ ବର୍ମା ଏବଂ ପୁଅ ପ୍ରତୀକ ବର୍ମାଙ୍କ କାର୍‌ ଉପରେ ଚଢ଼ାଉ କରି ପୋଲିସକୁ ଏହି ସଫଳତା ମିଳିଛି। ଏଥିରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ସୋନୁଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ସ୍ଥାନୀୟ ଆଶ୍ରମ ମେଟ୍ରୋ ଷ୍ଟେଶନ ନିକଟରେ ଯୋଜନାବଦ୍ଧ ଭାବେ ଏହି ଚଢ଼ାଉ ହୋଇଥିବା ପୋଲିସ ସୂଚନା ଦେଇଛି। ଏନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Share