Categories: ଜାତୀୟ

ଫିରୋଜାବାଦ୍‌ ରାଲିରେ ନୀତୀନ ଗଡ଼କରୀଙ୍କ ନୂଆ ଟ୍ରାଫିକ୍‌ ନିୟମର ଖୋଲାଖୋଲି ଉଲ୍ଲଂଘନ କଲେ ଭାଜପା କର୍ମୀ

ଲକ୍ଷ୍ନୌ,୧୦।୯: ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନୂଆ ଟ୍ରାଫିକ୍‌ ନିୟମ ଲାଗୁ କରିଛନ୍ତି। ତେବେ ନିୟମକୁ ବେଖାତିର କରି ଭାଜପା କର୍ମୀ ଏହାର ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି। ଫିରୋଜାବାଦ୍‌ରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ନେଇ ଭାଜପା ପକ୍ଷରୁ ଏକ ରାଲି ଆୟୋଜନ କରାଯାଇଥିଲା। ଏଥିରେ ଯୋଗଦେଇଥିବା ହାତ ଗଣତି କିଛି କର୍ମୀଙ୍କୁ ଛାଡିଦେଲେ ଅନ୍ୟମାନେ ବିନା ହେଲମେଟ୍‌ରେ ଥିଲେ। ଏହା ସହିତ ଗୋଟିଏ ଦୁଇ ଚକିଆ ଗାଡ଼ିରେ ୩ରୁ ଅଧିକ ଲୋକ ବସିଥିବାର ଦେଖିବାକୁ ମିଳିଥିଲା। ଏନେଇ କିଛି ବରିଷ୍ଠ ନେତାଙ୍କୁ ପଚରା ଯିବାରୁ ସେମାନେ ଉତ୍ତର ଦେଇଥିଲେ ଯେ, ସମସ୍ତ କର୍ମୀ ନିଜର ହେଲମେଟ୍‌ ପାଖରେ ରଖିଥିଲେ। ତେବେ ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ ହୋଇଥିବା ଫଟୋରେ ରାଲିରେ ଯୋଗଦେଇଥିବା ବହୁ କର୍ମୀ ହେଲମେଟ ନ ପିନ୍ଧିବା ସହିତ ଅନ୍ୟ ଟ୍ରାଫିକ୍‌ ନିୟମର ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଛି।

Share