ଫିଲିପାଇନ୍ସରେ ପ୍ରଥମ କରୋନାଭାଇରସ ସଂକ୍ରମିତଙ୍କ ମୃତ୍ୟୁ

ମାନିଲା,୨।୨: ସାରା ବିଶ୍ୱରେ କରୋନାଭାଇରସର ଭୟ। ଏହା ଏବେ ଚାଇନାରେ ମହାମାରୀର ରୂପ ନେଇଥିବା ବେଳେ ସାରା ବିଶ୍ୱକୁ ଏହା କାୟା ବିସ୍ତାର କରି ଚାଲିଛି। ଫିଲିପାଇନ୍ସରେ କରୋନାଭାଇରସରେ ସଂକ୍ରମିତ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ତେବେ ଫିଲିପାଇନ୍ସର କରୋନାଭାଇରସ ଜନିତ ଏହା ପ୍ରଥମ ମୃତ୍ୟୁ। ବ୍ୟକ୍ତି ଜଣଙ୍କ ଚାଇନାରୁ ଫେରିଥିବା ବେଳେ ସେହିଠାରୁ ହିଁ ସେ କରୋନାଭାଇରସ ଦ୍ୱାରା ସଂକ୍ରମିତ ହୋଇ ଆସିଥିଲେ। ଏଥିରେ ପୀଡିତ ଥିବା ଅନ୍ୟ କେତେ ଜଣଙ୍କର ଚିକିତ୍ସା ଚାଲିଥିବା ସରକାରଙ୍କ ପକ୍ଷରୁ ସୂଚନା ରହିଛି।

Share