ଫିଲିପାଇନ୍ସରେ ବାତ୍ୟା: ୨୦ ମୃତ

ମାନିଲା, ୨୭-୧୨:କେନ୍ଦ୍ରୀୟ ଫିଲିପାଇନ୍ସରେ ଭୟଙ୍କର ଝଡ଼ବାତ୍ୟା ‘ଫନ୍‌ଫୋନ’ ତାଣ୍ଡବ ରଚିଛି। ଏଥିରେ ୨୦ ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ହଜାର ହଜାର ଲୋକ ବାସହରା ହୋଇଛନ୍ତି। ଝଡ଼ବାତ୍ୟା ଯୋଗୁ ଅନେକ ସ୍ଥାନରେ ବନ୍ୟା ସ୍ଥିତି ଦେଖାଦେଇଛି। ଭୂସ୍ଖଳନ ଓ ଜଳବନ୍ଦୀ ଯୋଗୁ ଲୋକମାନଙ୍କୁ ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଛି। ବିଦ୍ୟୁତ ସରବରାହ ବନ୍ଦହୋଇ ଯାଇଥିବାବେଳେ ରାସ୍ତାରେ ଗଛ ପଡ଼ିରହିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଉପକୂଳ ସହର ବତାଡ୍‌ ଓ ଇଷ୍ଟର୍ନ ସମର ପ୍ରଦେଶରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ପ୍ରଶାସନ ପକ୍ଷରୁ ଜାରି ରହିଛି।

Share