ଫିଲିପାଇନ୍ସରେ ୨ଟି ଭୂକମ୍ପ ବଡ ବଡ କୋଠା କ୍ଷତିଗ୍ରସ୍ତ: ୮ ମୃତ, ୧୨ ଆହତ

ମନିଲା,୨୭।୭: ଫିଲିପାଇନ୍ସର ଲୋଜେନ ଦ୍ୱୀପର ଉତ୍ତରରେ ଥିବା ଦ୍ୱୀପ ଗୁଡିକରେ ଶନିବାର ୨ଟି ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଆହତ ହୋଇଛନ୍ତି। ଆଗକୁ ଏହି ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି। ରିକ୍ଟର ସ୍କେଲରେ ଏହି ଦୁଇଟି ଭୂକମ୍ପର ତୀବ୍ରତା ଥିଲା ୬.୪ ଓ ୫.୪। ସକାଳ ପ୍ରାୟ ୭ଟା ୩୮ ମିନିଟରେ ଏହି ଭୂକମ୍ପ ହୋଇଛି। ଇଟବାଇଟ ସହରରୁ ୧୨ କିଲୋମିଟର ଦୂର ଉତ୍ତର ପୂର୍ବରେ ଏହା ସଙ୍ଗଠିତ ହୋଇଥିଲା। ବାଟସେନର ରାଜ୍ୟପାଳ ମୋରିଲୋ କେକୋ ସିହ୍ନୁଆ ନ୍ୟୁଜକୁ ସୂଚନା ଦେଇ କହିଛନ୍ତି କି ଏହି ଭୂକମ୍ପରେ ୮ ଜଣଙ୍କ ମୃତ୍ୟୁ ହେବା ସହ ୧୨ ଆହତ ହୋଇଛନ୍ତି ତା’ସହ ବଡ ବଡ କୋଠା ଓ ଚର୍ଚ୍ଚ କ୍ଷତିଗ୍ରସ୍ତ ହୋଇଛି।

Share