ଫିଲ୍ମକୁ ଆସିବା ପୂର୍ବରୁ ଏପରି ଦେଖାଯାଉଥିଲେ ହ୍ରିତିକ୍‌ଙ୍କ ଏହି ନାୟିକା…

ମୁମ୍ବାଇ,୧୩।୧୦: ରବିବାର ସାଉଥ୍‌ ଅଭିନେତ୍ରୀ ପୂଜା ହେଗ୍‌ଡ଼େ ନିଜର ଜନ୍ମଦିନ ପାଳନ କରୁଛନ୍ତି। ସେ ୨୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୯୦ ଅକ୍ଟୋବର ୧୩ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ହ୍ରିତିକ୍‌ ରୋଶନ୍‌ଙ୍କ ଫିଲ୍ମ ମହେଞ୍ଜୋଦାରୋର ନାୟିକା ଭାବେ ପୂଜା ବେଶ୍‌ ସଫଳ ରହିଥିଲେ। ଫିଲ୍ମକୁ ଆସିବା ପୂର୍ବରୁ ପୂଜା ହେଗ୍‌ଡ଼େଙ୍କ ଲୁକ୍‌ ଏବଂ ବର୍ତ୍ତମାନର ଫଟୋ ମଧ୍ୟରେ ଆକାଶ ପାତାଳ ଫରକ୍‌ ରହିଛି। ୨୦୧୨ରେ ସେ ପ୍ରଥମେ ତାମିଲ୍‌ ଫିଲ୍ମରେ ଅଭିନୟ କରିଥିଲେ। ତାଙ୍କ ଅଭିନୟ ଏବଂ କ୍ଲାସିକାଲ ନୃତ୍ୟ ଦକ୍ଷତା ଯୋଗୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପତିଆରା ଜାହିର କରିପାରିଛନ୍ତି। ପୂଜା ବହୁ ବିଜ୍ଞାପନରେ ମଧ୍ୟ କାମ କରିଛନ୍ତି। ରଣବୀର କପୁରଙ୍କ ସହିତ ସେ ସ୍କୁଟିର ବିଜ୍ଞାପନରେ କାମ କରିବା ପରେ ହ୍ରିତିକ୍‌ ତାଙ୍କୁ ମହେଞ୍ଜୋଦାରୋର ନାୟିକା ଭାବେ ଚୟନ କରିଥିଲେ। ଆଗକୁ ପୂଜା ଅକ୍ଷୟ କୁମାରଙ୍କ ହାଉସ୍‌ଫୁଲ୍‌-୪ରେ ଅଭିନୟ କରିବାକୁ ଯାଉଛନ୍ତି।

Share