ଫିଲ୍ମକୁ ଆସିବା ପୂର୍ବରୁ ଏମିତି ଦେଖାଯାଉଥିଲେ ଏହିସବୁ ଅଭିନେତ୍ରୀ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସୌନ୍ଦର୍ଯ୍ୟତାରେ କୌଣସି ତୁଳନା ନାହିଁ। ସୌନ୍ଦର୍ଯ୍ୟକୁ ନେଇ ସେ ସାରା ବିଶ୍ୱରେ ଚର୍ଚ୍ଚିତ। ୪୫ ବର୍ଷରେ ମଧ୍ୟ ଐଶ୍ୱର୍ଯ୍ୟା କୌଣସି ଷୋହଳ ବୟସୀଙ୍କଠାରୁ କମ୍‌ ଦେଖା ଯାଉନାହାନ୍ତି। କହିବା କଥା ହେଲା ସ୍କୁଲ ଯାଉଥିବା ସମୟରେ ବି ଐଶ୍ୱର୍ଯ୍ୟା ଆଜି ଭଳି ସୁନ୍ଦର ଦେଖାଯାଉଥିଲେ।

ସେହିପରି କ୍ୟାଟ୍ରିନା କୈଫ ମଧ୍ୟ ସୁନ୍ଦରୀଙ୍କ ମଧ୍ୟରୁ ଜଣେ। ଫିଲ୍ମକୁ ଆସିବା ପୂର୍ବରୁ କ୍ୟାଟ୍ରିନା ଖୁବ୍‌ ସୁନ୍ଦର ଦେଖା ଯାଉଥିଲେ। ବଲିଉଡ୍‌ରେ ଏଣ୍ଟ୍ରି କରି କ୍ୟାଟ୍‌ ବଡ଼ବଡ଼ ଷ୍ଟାରଙ୍କ ସହ ଅଭିନୟ କରି ତାଙ୍କର ଜଲ୍‌ଓ୍ବା ଦେଖାଇଛନ୍ତି।

ଦୀପିକା ପାଦୁକୋନ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଟପ୍‌ ଅଭିନେତ୍ରୀ ତାଲିକାରେ ରହିଛନ୍ତି। ତାଙ୍କର ସୌନ୍ଦର୍ଯ୍ୟରେ କେବଳ ରଣବୀର ପାଗଳ ହୋଇନାହାନ୍ତି ବରଂ କୋଟି କୋଟି ଲୋକ ପାଗଳ ହୋଇଛନ୍ତି। ଫିଲ୍ମକୁ ଆସିବା ପୂର୍ବରୁ ଦୀପିକାଙ୍କ ଲୁକ୍‌ ଅଲଗା ଥିଲା। ଯାହା ଏବେ ପୂରା ବଦଳିଯାଇଛି।

Share