ମୁମ୍ବାଇ,୯।୬: ବଲିଉଡ୍ ନାୟିକା ସୋନମ୍ କପୁର ରବିିବାର ୩୪ ବର୍ଷରେ ପାଦ ଥାପିଛନ୍ତି। ୧୯୮୫ ଜୁନ୍ ୯ରେ ମୁମ୍ବାଇର ଚେମ୍ବୁରଠାରେ ସେ ଜନ୍ମ ଗ୍ରହଣ କରିଥିଲେ। ଫିଲ୍ମ ସାବରିୟା ମାଧ୍ୟମରେ ସୋନମ୍ ବଲିଉଡ୍ରେ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ। ଏହି ଫିଲ୍ମରେ ତାଙ୍କ ଓଜନ କମାଇବା ପାଇଁ ନିର୍ଦ୍ଦେଶକ ସଞ୍ଜୟଲୀଲା ଭସାଂଲୀ ପରାମର୍ଶ ଦେଇଥିଲେ। ସୋନମ ଫିଲ୍ମରେ ଅଭିନୟ କରିବା ଲାଗି ନିଜ ଓଜନ ୩୫ କିଗ୍ରା ପର୍ଯ୍ୟନ୍ତ କମାଇଥିଲେ। ପରେ ବଲିଉଡ୍ରେ ରାତାରାତି ସେ ଷ୍ଟାର୍ ଡମ୍ ହାସଲ କରିଥିଲେ। ୨୦୧୮ରେ ଆନନ୍ଦ ଆହୁଜାଙ୍କୁ ବିବାହ କରିଥିଲେ।