ଫିଲ୍ମର ଅଜବ ନାମ ଶୁଣି କାନରେ ହାତ ଦିଅନ୍ତି ଦର୍ଶକ

ମୁମ୍ବାଇ: ବଲିଉଡ୍‌ ହେଉଛି ଏକ ରଚନାତ୍ମକ ତଥା ସୃଜନଶୀଳ ଇଣ୍ଡଷ୍ଟ୍ରି। ଫିଲ୍ମ ନିର୍ମାତାମାନେ ସେମାନଙ୍କର ଫିଲ୍ମକୁ ହିଟ୍‌ କରିବା ପାଇଁ ବିଭିନ୍ନ ପ୍ରୟାସ କରିଥାନ୍ତି। ଫିଲ୍ମର ସ୍କ୍ରିପ୍ଟ, ନାଁ କିମ୍ବା ଡାଏଲଗ୍‌କୁ ନେଇ ହିଟ୍‌ ହେବା ପାଇଁ ସର୍ବଦା ଚେଷ୍ଟା କରିଥାନ୍ତି। ଏପରିକି ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ନାମ ମଧ୍ୟ ଦେଇଥାନ୍ତି। ସେଥିମଧ୍ୟରୁ କେତେକ ଫିଲ୍ମର ନାମ ଲୋକଙ୍କୁ ହସାଇଥାଏ ତ ଆଉ କେତେକ ଫିଲ୍ମର ଅଦ୍ଭୁତ ନାମକୁ ନେଇ ନିର୍ମାତାମାନଙ୍କୁ ଟ୍ରୋଲ୍‌ ହେବାକୁ ପଡ଼ିଥାଏ। ଜାଣନ୍ତୁ ବଲିଉଡ୍‌ର ଅଜବ ନାମ ଥିବା ଫିଲ୍ମ ସମ୍ପର୍କରେ…
ଏହି ଫିଲ୍ମଗୁଡ଼ିକ ମଧ୍ୟରେ ‘ଦିଓ୍ବାନା ହୁଁ, ପାଗଲ ନହିଁ’, ‘ଜଲ୍‌ ବିନ୍‌ ମଛଲୀ, ନୃତ୍ୟ ବିନ୍‌ ବିଜ୍‌ଲି’, ‘ଭଟକତୀ ଯଓ୍ବାନୀ’, ‘ସସ୍ତି ଦୁଲ୍‌ହନ୍‌, ମହଙ୍ଗା ଦୁହ୍ଲା’, ‘ମେହେନ୍ଦୀ ବନ୍‌ ଗୟି ଖୁନ୍‌’, ‘ଉଦ୍ଧାର କା ସିନ୍ଦୁର୍‌’ ଆଦି ରହିଛି। ଏମିତି ଫିଲ୍ମର ନାମ ପାଇଁ ନିର୍ମାତାମାନେ ଟ୍ରୋଲ୍‌ ହୋଇଛନ୍ତି।

Share