ଫିଲ୍ମ ଅପେକ୍ଷା ରିଲେସନଶିପ୍‌କୁ ନେଇ ଚର୍ଚ୍ଚାରେ ରହୁଛନ୍ତି ଏହି ଯୋଡ଼ି

ଆଜିକାଲି ଆଲିଆ ଭଟ୍ଟ ଏବଂ ରଣବୀର କପୁର ଫିଲ୍ମ ଅପେକ୍ଷା ରିଲେସନଶିପ୍‌କୁ ନେଇ ବେଶୀ ଚର୍ଚ୍ଚାରେ ରହୁଛନ୍ତି। ଅନ୍ୟପଟେ କପୁର ଏବଂ ଭଟ୍ଟ ପରିବାର ମଧ୍ୟ ଉଭୟ ଉଭୟଙ୍କ ପାଇଁ ସେତିକି ନିକଟତର ହେଲେଣି। ରଣବୀରଙ୍କ ମାତା ନୀତୁ କପୁର ଆଲିଆଙ୍କୁ ବହୁ ପସନ୍ଦ କରନ୍ତି। ଏବେ ରଣବୀରଙ୍କ ଭାଇ ଏବଂ ଭଉଣୀ ମଧ୍ୟ ଆଲିଆଙ୍କୁ ନିଜର କରିନେଲେଣି। ଏବେ ଦିନେ ରଣବୀର ତାଙ୍କର ସମ୍ପର୍କୀୟଙ୍କ ସହିତ ଡିନର କରିବାକୁ ଯାଇଥିଲେ। ଆଲିଆ ମଧ୍ୟ ସାଥୀରେ ଥିଲେ। ପାର୍ଟିରେ କରିସ୍ମା କପୁର, ଅରମାନ୍‌ ଜୈନ୍‌ ଏବଂ ଆଦର ଜୈନ ବି ସାମିଲ ଥିଲେ। ଏହି ମୌକାରେ ଅରମାନ ତାଙ୍କ ଗାର୍ଲଫ୍ରେଣ୍ଡ ଅନୀଷା ମାଲହୋତ୍ରାଙ୍କ ସହିତ ପହଞ୍ଚଥିଲେ।

କରିସ୍ମା କପୁର ନିଜ ସମ୍ପର୍କୀୟଙ୍କ ସହ ଉଠାଇଥିବା ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରି କ୍ୟାପଶନ ଲେଖିଛନ୍ତି ‘କଜିନ୍‌ସ’। ଏଥିରେ ଆଉ ଗୋଟିଏ କ୍ୟାପଶନ ବି ଲେଖିଛନ୍ତି ସୈଫ ଏବଂ କରୀନାଙ୍କୁ ବହୁତ ମିସ୍‌ କରୁଛୁ। କହିରଖୁଛୁ, ଆଲିଆ ଏବଂ ରଣବୀରଙ୍କ ରିଲେସନଶିପ୍‌କୁ ବର୍ଷେ ପୂରିଗଲାଣି। କିଛିଦିନ ଧରି ପ୍ରେମସମ୍ପର୍କକୁ ଲୁଚେଇ ରଖିଥିଲେ ଦୁହେଁ। କିଛିଦିନ ତଳେ ଆଲିଆ କହୁଥିଲେ ‘ ମୁଁ ଏବେ ବିବାହ କରିବାକୁ ଚାହୁଁନାହିଁ। ଯେବେ କରିବି ସମସ୍ତେ ଜାଣିବେ’। କିନ୍ତୁ ଏବେ ଖୁଲମଖୁଲା ଏନେଇ କହିବା ଆରମ୍ଭ କଲେଣି। ଦେଖାଯାଉ କେବେ ଆଲିଆ ଆଉ ରଣବୀର ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି।

Share