ଫିଲ୍ମ ଇଣ୍ଡଷ୍ଟ୍ରୀରେ ୫୦ ବର୍ଷ ପୂରଣ କଲେ ଅମିତାଭ ବଚ୍ଚନ

ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଆଜି ଫିଲ୍ମ ଇଣ୍ଡଷ୍ଟ୍ରୀରେ ୫୦ ବର୍ଷ ପୂରଣ କରିଛନ୍ତି। ୧୯୪୨, ୧୧ଅକ୍ଟୋବରରେ ଉତ୍ତର ପ୍ରଦେଶର ଇଲହାବାଦରେ ଜନ୍ମ ଗ୍ରହଣ କରିଥିଲେ। ବଲିଉଡ ଜଗତରେ ‘ସେହନସାହ’ ନାମରେ ପରିଚିତ ଅମିତାଭ ବଚ୍ଚନ। ଦୀର୍ଘ ୫୦ ବର୍ଷ ସମୟ ଧରି ସେ ୧୯୦ଟି ଚଳଚ୍ଚିତ୍ରରେ ଅଭିନୟ କରି ଏକ ଅଭୁଲା କୀର୍ତ୍ତିମାନ ସୃଷ୍ଟି କରିପାରିଛନ୍ତି। ନଭେମ୍ବର ୭ ୧୯୬୯ରେ ଅମିତାଭଙ୍କ ପ୍ରଥମ ଅଭିନୀତ ଚଳଚ୍ଚିତ୍ର ‘ସାତ୍‌ ହିନ୍ଦୁସ୍ତାନୀ’ ରିଲିଜ୍‌ ହୋଇଥିଲା। ଇଣ୍ଡଷ୍ଟ୍ରୀରେ ୫୦ବର୍ଷ ପୂରଣ କରିବା ନେଇ ଅମିତାଭ ଟୁଇଟରରେ ଜଣାଇଛନ୍ତି। ଏଥିପାଇଁ ସେ ନିଜ ଫ୍ୟାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜଞ୍ଜିର, ଦିୱାର, ଶୋଲେ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ସେ ଲୋକପ୍ରିୟ ହୋଇଥିଲେ। ବଲିଉଡ୍‌ ଆଙ୍ଗ୍ରି ୟଙ୍ଗମ୍ୟାନ, ଶେହନସାହ, ବିଗ ବି, ଷ୍ଟାର୍‌ ଅଫ ଦି ମିଲେନିୟମ ଆଦି ଅନେକ ନାମରେ ସେ ପରିଚିତ। ଭାରତୀୟ ଚଳଚ୍ଚିତ୍ର ଇତିହାସରେ ଅମିତାଭ ଏକ ଶ୍ରଦ୍ଧାଶୀଳ ନାମ। କୌନ ବନେଗା କରୋ କାର୍ଯ୍ୟକ୍ରମ ଜରିଆରେ ସେ ସବୁଠୁ ଅଧିକ ଲୋକପ୍ରିୟ ହୋଇପାରିଥିଲେ। ନିଜର ଦୀର୍ଘ ଅଭିନୟ ଜୀବନରେ ସେ ଅନେକ ପୁରସ୍କାର ଓ ସମ୍ମାନ ପ୍ରାପ୍ତ ହୋଇଛନ୍ତି। ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମେତ ଫିଲ୍ମ ଫେୟାର୍‌ ଆୱାର୍ଡ ମଧ୍ୟ ଲାଭ କରିଛନ୍ତି। ନିକଟରେ ତାଙ୍କ ନାମ ଦାଦା ସାହେବ ଫାଲକେ ପୁରସ୍କାର ପାଇଁ ମନୋନୀତ ହୋଇଛି। ସେ ଏକା ସାଙ୍ଗରେ ଜଣେ ପ୍ରସିଦ୍ଧ ଅଭିନେତା, ଗାୟକ, ପ୍ରଯୋଜକ, ଆଙ୍କର। ନିଜର ଉଚ୍ଚ ସ୍ବର ଏବଂ ଅଭିନୟ ବଳରେ ସେ ଆଜି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେହନ୍ଶାହ, ଡନ, ଅଗ୍ନିପଥ, କାଲିଆ, ସୋଲେ, ସୁର୍ଯ୍ୟବଂଶମ, ଦିୱାର, ଲାୱାରିସ, କଭି ଖୁସି କଭି ଗମ ଆଦି ସୁପରହିଟ ଚଳଚ୍ଚିତ୍ରରେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି ବିଗ ବି ଅମିତାଭ।

Share