Categories: ଜାତୀୟ

ଫିଲ୍ମ ଥ୍ରୀ ଇଡିଅଟ୍ସ ଦେଖି ମିରର ରାଇଟିଂ କରୁଛନ୍ତି ସପ୍ତମ ଶ୍ରେଶୀ ଛାତ୍ରୀ

ରାଇପୁର,୧୬।୯: ଭାରତ ଭଳି ଦେଶରେ ପ୍ରତିଭାଙ୍କର ଅଭାବ ନାହିଁ ବୋଲି କୁହାଯାଏ। ତେବେ ବଲିଉଡ୍‌ର ବ୍ଲକ୍‌ ବୁଷ୍ଟର ମୁଭି ‘ଥ୍ରୀ ଇଡିଅଟ୍ସ’ରୁ ଏବେ ପ୍ରେରଣା ପାଇ ମିରର ରାଇଟିଂ କରୁଛନ୍ତି ଛତିଶଗଡ଼ ରାୟପୁରର ବାଳିକା କାବ୍ୟା ଚାଓ୍ବଡା। ସେ ଗୋଟିଏ ହାତରେ ଠିକ୍‌ ଭାବେ ଲେଖିଥିବା ବେଳେ ଅନ୍ୟ ହାତରେ ଏହାର ଓଲଟା ଅକ୍ଷର ଅତି ସହଜରେ ଲେଖି ପାରୁଛନ୍ତି। କାବ୍ୟା କୁହନ୍ତି ଫିଲ୍ମ ‘ଥ୍ରୀ ଇଡିଅଟ୍ସ’ରେ ଭାଇରସ୍‌ ଯେମିତି ଓଲଟା ଲେଖୁଥିଲେ ତାହା ଦେଖିବା ପରେ ଗତ ୩-୪ ବର୍ଷ ହେବ ସେ ଏହାକୁ ଅଭ୍ୟାସ କରିଥିଲେ। ଆଉ ଏବେ ସେ ସହଜରେ ମିରର ରାଇଟିଂ କରିପାରୁଛନ୍ତି। ସପ୍ତମ ଶ୍ରେଶୀରେ ପଢୁଥିବା କାବ୍ୟା କୁହନ୍ତି ସେ ଉଭୟ ହିନ୍ଦୀ ଓ ଇଂଲିଶରେ ମିରର ରାଇଟିଂ କରିପାରିବେ। ସମସ୍ତେ ଇଂଲିଶରେ ଲେଖୁଥିବା ବେଳେ ସେ ରାଷ୍ଟ୍ରଭାଷା ପ୍ରଚାର ପ୍ରସାର କରିବାକୁ ହିନ୍ଦୀରେ ମିରର ରାଇଟିଂ ଅଭ୍ୟାସ କରୁଥିବା ପ୍ରକାଶ କରିଛନ୍ତି। ପାଠପଢା ସରିବା ପରେ ସେ ଏହି ଲେଖା ଅଭ୍ୟାସ କରନ୍ତି। ଏଥିରେ କାବ୍ୟାଙ୍କ ମା’ନେହା ଓ ବାପା ପ୍ରିତେଶ ତାଙ୍କୁ ପ୍ରେରଣା ଦେଇଥାଆନ୍ତି।

Share