ଫିଲ୍ମ ଦେଖିବାକୁ ଆଦୌ ପସନ୍ଦ କରୁ ନ ଥିଲେ ବାପୁ, ଜୀବନରେ ଦେଖିଥିଲେ ମାତ୍ର ଏହି ୨ଟି ଫିଲ୍ମ

ସାରା ଦେଶ ଆଜି ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମଦିବସ ପାଳନ କରୁଛି। ଏହି ଅବସରରେ ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ବାପୁଙ୍କ ସ୍ମୃତି ଗାନ କରାଯାଉଛି। କିନ୍ତୁ ଜାଣିଛନ୍ତି କି ଗାନ୍ଧୀ ସିନେମା ଦେଖିବାକୁ ପସନ୍ଦ କରୁ ନ ଥିଲେ। ଜୀବନରେ ସେ ମାତ୍ର ୨ଟି ଫିଲ୍ମ ଦେଖିଥିଲେ। ପ୍ରଥମଥର ୧୯୪୩ରେ ‘ମିଶନ୍‌ ଟୁ ମସ୍କୋ’ ଫିଲ୍ମ ଦେଖିଥିଲେ। ଗାନ୍ଧୀ ଜଣେ ବନ୍ଧୁ ମୀରାବେନ ବାଧ୍ୟ କରିବାରୁ ସେ ଏହି ଫିଲ୍ମ ଦେଖିଥିଲେ। ଏହାପରେ ସେ ଏକମାତ୍ର ହିନ୍ଦୀ ଫିଲ୍ମ ଦେଖିଥିଲେ। ଫିଲ୍ମ ନିର୍ଦ୍ଦେଶକ କନ୍ନୁ ଦେଶାଇଙ୍କ ଫିଲ୍ମ ରାମ ରାଜ୍ୟ ଦେଖିଥିଲେ। ଗାନ୍ଧୀଜୀ ଏହି ଫିଲ୍ମ ଦେଖିବାକୁ ମନା କରିଦେଇଥିଲେ। ନିର୍ଦ୍ଦେଶକ ବହୁ ବୁଝାସୁଝା କରିବା ପରେ ସେ ଶେଷରେ ରାଜି ହୋଇଥିଲେ।

Share