ଆମାଜନ ଫିଲ୍ମ ଫେୟାର ଆଓ୍ବାର୍ଡରେ ବାଜି ମାରିଲା ‘ଗଲି ବୟ’

ମୁମ୍ବାଇ: ୬୫ ତମ ଆମାଜନ ଫିଲ୍ମ ଫେୟାର ଆଓ୍ବାର୍ଡ ୨୦୨୦ରେ ବାଜି ମାରିଛି ଜୋୟା ଅଖତରଙ୍କ ଫିଲ୍ମ ‘ଗଲି ବୟ’। ଏହି ଫିଲ୍ମରେ ଆଲିଆ ଭଟ୍ଟ ଓ ରଣବୀର ସିଂଙ୍କୁ ମଧ୍ୟ ମିଳିଛି ଲିଡିଙ୍ଗ ରୋଲ ପାଇଁ ଆମାଜନ ଫିଲ୍ମ ଫେୟାର ଆଓ୍ବାର୍ଡ। ଏହାସହ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର-୨’ ପାଇଁ ଅନନ୍ୟା ପାଣ୍ଡେଙ୍କୁ ବେଷ୍ଟ ଡେବ୍ୟୁ ଫିମେଲ ଆଓ୍ବାର୍ଡ ମିଳିଛି। ସେହିପରି ‘ମର୍ଦ୍ଦ କୋ ଦର୍ଦ୍ଦ ନେହିଁ ହୋତା’ ପାଇଁ ଅଭିମନ୍ୟୁ ଦଶାନିଙ୍କୁ ବେଷ୍ଟ ଡେବ୍ୟୁ ମେଲ ସମ୍ମାନରେ ସମ୍ମାନୀତ କରାଯାଇଛି। ଏହି ଆଓ୍ବାର୍ଡ ସେରିମନିରେ ସବୁଠାରୁ ଅଧିକ ଆଓ୍ବାର୍ଡ ପାଇ ‘ଗଲି ବୟ’ ଇତିହାସ ରଚିଛି।

Share